ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ବାୟୋକେମେଷ୍ଟ୍ରିଂ ଟେଷ୍ଟିଂ ଲ୍ୟାବର ଶୁଭାରମ୍ଭ

0
333

ଭଞ୍ଜନଗର(ନିଲୁ ବିଷୋୟୀ)ଗଂଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ ପରିସରରେ ପ୍ରଥମ ଥର ପାଇଁ ବାୟୋକେମେଷ୍ଟ୍ରିଂ ଟେଷ୍ଟିଂ ଲ୍ୟାବର ଶୁଭାରମ୍ଭ ହୋଇଛି। ଡାକ୍ତରଖାନା ଅଧିକ୍ଷକ ଡ. ସୀତାଂଶୁ ଶେଖର ଶତପଥୀ ମୁଖ୍ୟ ଅତିଥୀ ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ।ଏହି ଲ୍ୟାବରେ ରକ୍ତ ସର୍କରା, ୟୁରିଆ, କ୍ରିଏଟିନାଇନ୍, ଲିପିଡ଼ ପ୍ରୋଫାଇଲ୍, ଯକୃତ ପରୀକ୍ଷା ଭଳି ବିଭିନ୍ନ ପ୍ରକାରର ରସାୟନ ସମ୍ବନ୍ଧୀୟ ପରୀକ୍ଷା କରାଯିବ ବୋଲି ଜଣାପଡିଛି। ଏହି ଅବସରରେ ମେଡିକାଲ୍ ପରିଚାଳକ ବିଚିତ୍ର କୁମାର ପାଣିଗ୍ରାହୀ, ଏଲ୍ ଟି ସୁରେନ୍ଦ୍ର ମହାପାତ୍ର,ଗଣେଶ ଗୌଡ,ପଞ୍ଚୁ ପତ୍ର,ଭାଗବତ ପାତ୍ର,ଇତିଶ୍ରୀ ତ୍ରିପାଠୀ ଓ ଅନ୍ୟାନ୍ୟ ମେଡିକାଲ୍ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here