କଳମ୍ବରେ ପୁଣି ୨୦ ପରିବାର ବିଜୁ ଜନତା ଦଳରେ ସାମିଲ

0
258

ପୋଲସରା : ପୋଲସରା ବ୍ଲକ ଅନ୍ତର୍ଗତ କଳମ୍ବ ପଞ୍ଚାୟତରେ ନଭେମ୍ବର ୧୨ ତାରିଖ ଦିନ ପୁଣି ୨୦ ପରିବାର ବିଜେପି ତ୍ୟାଗ କରି ଆସିକା ଲୋକସଭା ସଦସ୍ୟା ପ୍ରମିଳା ବିଷୋୟୀ ଓ ପୋଲସରା ବିଧାନସଭା ସଦସ୍ୟ ଶ୍ରୀକାନ୍ତ ସାହୁଙ୍କ ଉପସ୍ଥିତିରେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି। ଗତ ଅକ୍ଟୋବର ୧୪ ତାରିଖ ଦିନ କଳମ୍ବ ଗ୍ରାମ ପଞ୍ଚାୟତର ୭୦ ରୁ ଉର୍ଦ୍ଧ୍ବ ପରିବାର ବିଜେପି ଛାଡି ସାଂସଦ ପ୍ରମିଳା ବିଷୋୟୀ ଓ ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଉପସ୍ଥିତିରେ ବିଜେଡ଼ିରେ ଯୋଗ ଦେଇଥିବା ବେଳେ ପୁଣି ଏକମାସ ପରେ ସେହି କଳମ୍ବ ପଞ୍ଚାୟତର ୨୦ ପରିବାର ଦିବାକର ପ୍ରଧାନଙ୍କ ନେତୃତ୍ୱରେ ବିଜୁ ଜନତା ଦଳରେ ସାମିଲ ହୋଇଥିବା ଘୋଷଣା କରିଛନ୍ତି। ଏହି ଅବସରରେ ବିଧାୟକ ଶ୍ରୀକାନ୍ତ ସାହୁ ସମସ୍ତ ପରିବାର ମୁଖ୍ୟଙ୍କୁ ପୁଷ୍ପମାଲ୍ୟ ଓ ଉତ୍ତରୀୟ ପ୍ରଦାନ କରି ବିଜୁ ଜନତା ଦଳକୁ ସ୍ୱାଗତ କରିଥିଲେ। ଏହି ମିଶ୍ରଣ ପର୍ବ ପୋଲସରା ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ବ୍ଲକ ସମ୍ପାଦକ ଅଶୋକ କୁମାର ବିଷୋୟୀ, ପୋଲସରା ସମିତି ଅଧ୍ୟକ୍ଷ ବଳରାମ ସେଠୀ, ଉପାଧ୍ୟକ୍ଷା ସଂଯୁକ୍ତା ବାଡତ୍ୟା, ନରେନ୍ଦ୍ର କୁମାର ଦେବତା ଙ୍କ ସମେତ ବହୁ ଲୋକପ୍ରତିନିଧି ଓ ଦଳୀୟ କର୍ମୀ ଉପସ୍ଥିତ ଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here