ଚିନ୍ତାରେ ଚାଷୀ,ଅମଳ ସମୟରେ ଚାଷ ଜମିରେ ପାଣି ; ସହାୟତା ପାଇଁ ଦାବି

0
279

ଭଞ୍ଜନଗର :ଲଘୁଚାପଜନିତ ଅଦିନିଆ ଲଗାଣ ବର୍ଷା ଯୋଗୁଁ ପାଣିରେ ଭାସୁଛି ଜମିର ପାଚିଲା ଧାନ ଓ ପନିପରିବା। ଗୁରୁବାର ବିଳମ୍ବିତ ରାତି ଠାରୁ ବର୍ଷା ଲାଗି ରହିଥିବା ଯୋଗୁଁ ଚାଷ କାମ ପ୍ରଭାବିତ ହୋଇଛି । ଗଂଜାମ ଜିଲ୍ଲା ଭଂଜନଗର ଅଞ୍ଚଳର ଅନେକ ଚାଷ ଜମିରେ ଚାଷୀ ଧାନ ଫସଲ କାଟି ଜମିରେ ପକାଇ ରଖିଥିବା ବେଳେ ସେଥିରେ ବର୍ଷା ପାଣି ମାଡିଯାଇଛି । ଏଭଳିି ସ୍ଥିତିରେ ବର୍ଷକର ଆହାର ଯୋଗାଡ କରୁଥିବା ଚାଷୀ ଚିନ୍ତାରେ ପଡିଯାଇଛି । ଚଳିତ ବର୍ଷ ଖରିଫ ଚାଷ ଆରମ୍ଭରୁ ହିଁ ପ୍ରାକୃତିକ ବିପର୍ଯ୍ୟୟ ଚାଷ କାମରେ ବାଧା ସୃଷ୍ଟି କରିଛି । ନିଅଂଟିଆ ବର୍ଷା ପାଇଁ ତଳିବୁଣା କାର୍ଯ୍ୟ ବିଳମ୍ବରେ ଆରମ୍ଭ ହୋଇଥିବା ବେଳେ ଜଳାଭାବ ଯୋଗୁଁ ଅନେକ ଜମି ପଡିଆ ରହିଥିଲା । କେନାଲ ଓ ନଦୀପାଣିକୁ ବ୍ୟବହାର କରି ଚାଷ କାମ କରିଥିଲେ । ବହୁ କଷ୍ଟରେ ଫସଲକୁ ବଂଚାଇ ରଖିଥିବା ବେଳେ ଏବେ ଅମଳ ସମୟରେ ଲଗାଣ ବର୍ଷା ଚାଷୀ ମୁଣ୍ଡରେ ଚଡକ ପକାଇଛି । ଅନେକ ପନିପରିବା ଚାଷୀ ଙ୍କ ଚାଷ ନଷ୍ଟ ହୋଇ ଥିବା ବେଳେ ଅମଳ ହେବାକୁ ଥିବା ଧାନ ସବୁ ଜମିରେ ବର୍ଷା ପାଣିରେ ବୁଡି ରହିଛି। ଏଭଳି ସ୍ଥିତିରେ ଉଭୟ ପନିପରିବା ଓ ଧାନ ଚାଷୀ ଙ୍କ ମୁଣ୍ଡରେ ଚଡକ ପଡିଥିବା ବେଳେ ପନିପରିବା ଜମିରୁ ଚାଷୀ ମୋଟର ଲଗାଇ ପାଣି ନିଷ୍କାସନ କରୁଥିବା ବେଳେ ଧାନ ଫସଲ ଜମିରେ ବର୍ଷା ପାଣି ଲହଡି ଭାଙ୍ଗୁଛି। ବର୍ଷା ଯୋଗୁଁ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଥିବା ବେଳେ ସହାୟତା ପାଇଁ ଯୋଗୀମାରି ଗ୍ରାମର ଚାଷୀ ଗଙ୍ଗାଧର ପ୍ରଧାନ,ଡମ୍ବ ପ୍ରଧାନ,ଦିବାକର ବିଷୋୟୀ, ବୁଲୁ ଗୌଡ଼ ଙ୍କ ସମେତ ବହୁ ଚାଷୀ ନିବେଦନ କରିଛନ୍ତି

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here