ବ୍ଲକ୍ ସ୍ତରୀୟ ଭାଷଣ ପ୍ରତିଯୋଗୀତା ଅନୁଷ୍ଠିତ

0
276

ଭଞ୍ଜନଗର : ଗଂଜାମ ନେହୁର ୟୁବ କେନ୍ଦ୍ର ସଂଗଠନ ଓ ଜାତୀୟ ସେବା ଯୋଜନା* ତରଫରୁ ଟି. ଏସ୍. ଡି ଡିଗ୍ରୀ କଲେଜ, ବି. ଡି. ପୁର ଠାରେ ଦେଶାତ୍ମବୋଧକ ରାଷ୍ଟ୍ର ଗଠନରେ ସବକା ସାଥ୍, ସବକା ବିଶ୍ବାସ , ସବକା ବିକାଶ, ସବକା ପ୍ରୟାସ ଭୂମିକା ବିଷୟରେ ହିନ୍ଦୀ ଓ ଇରାଜୀ ଭାଷାରେ ବ୍ଲକ୍ ସ୍ତରୀୟ ଭାଷଣ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମକୁ ଟି.ଏସ୍.ଡି ଡିଗ୍ରୀ କଲେଜ ଭାରପ୍ରାପ୍ତ ଅଧ୍ୟକ୍ଷ ଡଃ ରମଣୀ ମିଶ୍ର ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ଏବଂ ଏହାର ସଂଯୋଜକ ଶ୍ରୀ ସୁଧୀର ପଟ୍ଟନାୟକ,ମନୋଜ କୁମାର ତ୍ରିପାଠୀ ସହୋଯଗ କରିଥିଲେ l ନିର୍ଣ୍ଣାୟକ ମଣ୍ଡଳିର ଅଧ୍ୟକ୍ଷତା ଶ୍ରୀ ଭଞ୍ଜ କିଶୋର ରଣା, ଶ୍ରୀ ବସନ୍ତ କୁମାର ସତପଥୀ, ଶ୍ରୀ ଦିଲ୍ଲୀପ କୁମାର ତ୍ରୀପାଠି ଏବଂ ନଟବର ଜେନା ପ୍ରମୁଖ ସହଯୋଗ କରିଥିଲେ l NYKS ସଂଗଠନର ସ୍ଵେଚ୍ଛାସେବୀ – ଜୋସ୍ନାରାଣୀ ସାମଲ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ l ଏଥିରେ ଜଗନ୍ନାଥପ୍ରସାଦ ବ୍ଳକର କିଛି ଛାତ୍ରଛାତ୍ରୀ ଓ ତେନ୍ତୁଳିଆ ଶାସନ ଦେବସ୍ଥାନ(ଟି.ଏସ୍.ଡି) ମହାବିଦ୍ୟାଳୟର ଛାତ୍ରଛାତ୍ରୀ ସୁନୀଲ୍ ଜେନା,ରଚିତା ସାହୁ,ବର୍ଷାରାଣୀ ବାରିକ,ଉର୍ମି ନାୟକ,ମଞରୀ ବ୍ଲକସ୍ତରୀୟ ପ୍ରତିଯୋଗିତାରେ ଭାଗନେଇଥିଲେ l
ପ୍ରତିଯୋଗିତାରେ ତେନ୍ତୁଳିଆ ସାଶନ ଦେବସ୍ଥାନ(ଟି.ଏସ୍.ଡି) ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ମିଶ୍ର ଅଧ୍ୟକ୍ଷତାକରି କୃତି ପ୍ରତିଯୋଗୀମାନଙ୍କର ଫଳାଫଳ ଘୋଷଣା କରିଥିଲେ l ଏଥିରେ ତେନ୍ତୁଳିଆ ସାଶନ ଦେବସ୍ଥାନ(ଟି.ଏସ୍.ଡି) ମହାବିଦ୍ୟାଳୟର ଛାତ୍ର ଅଶ୍ବିନୀ କୁମାର ମହାନ୍ତି ପ୍ରଥମ ସ୍ଥାନ ଓ ମନୋଜ କୁମାର ପାତ୍ର ଦ୍ବିତୀୟ ସ୍ଥାନ ଏବଂ ଜଗନ୍ନାଥପ୍ରସାଦ ବ୍ଳକର ବି.ଡି.ପୁର ପଞ୍ଚାୟତର ଛାତ୍ର ବିରୁପାକ୍ଷ ସାହୁ ତୃତୀୟ ସ୍ଥାନ ଅଧିଗ୍ରହଣ କରିଥିଲେ l ଏହି କୃତୀ ଛାତ୍ରଛାତ୍ରୀ ମାନେ ଜିଲ୍ଲା ସ୍ତରୀୟ ପ୍ରତିଯୋଗୀତାରେ ଭାଗନେବେ l ପରିଶେଷରେ ନେହୁର ୟୁବା କେନ୍ଦ୍ର ସଂଗଠନର ସ୍ଵେଚ୍ଛାସେବୀ – ଜୋସ୍ନାରାଣୀ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ l

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here