ଅବକାରୀ ବିଭାଗର ଚଡାଉ , ଦୁଇ ଗିରଫ

0
413

କୋଷାଗୁମୁଡା ( ନ୍ୟୁଜଏକ୍ସଟ୍ରା ) ନବରଙ୍ଗପୁର ଜିଲ୍ଲା ଅବକାରୀ ଅଧିକ୍ଷକ ସନ୍ତୋଷ କୁମାର ଧଳ ସାମନ୍ତ ଙ୍କ ନିର୍ଦେଶ କ୍ରମେ ଓ ନବରଙ୍ଗପୁର ଅବକାରୀ ଇନ୍ସପେକ୍ଟର ସୁଧୀର କୁମାର ସାହୁ ଙ୍କ ନେତୃତ୍ୱରେ ବୁଧବାର କୋଡ଼ିଙ୍ଗା ଅବକାରୀ ବିଭାଗ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବହୁ ମାତ୍ରାରେ ମଦ , ପୋଚ ସହ ଏଥିରେ ସମ୍ପୃକ୍ତ ୨ ଜଣଙ୍କୁ ଗିରଫ କରାଯାଇଛି। ମିଳିଥିବା ସୂଚନା ମୁତାବକ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଅନ୍ତର୍ଗତ ରାଜୋଡା , ଲାଣ୍ଡୁଗୁଡା , ସାନଆମ୍ବଡା , ବଡ଼ଆମ୍ବଡା , ମାଙ୍କିଡି , ଉମରଗାଁ ଓ ବାକଟିଗୁଡା ଗ୍ରାମ ଉପରେ ଚଢ଼ାଉ କରି ପ୍ରାୟ ୪୦ ଲିଟର ଦେଶୀ ମଦ ଓ ପ୍ରାୟ ୩୦୦ ଲିଟର ମହୁଲ ପୋଚ କୁ ଜବତ କରି ବିଭାଗ ପକ୍ଷରୁ ସେଗୁଡାକୁ ନଷ୍ଟ କରାଯାଇଥିଲା । ଏହି ଚୋରା ମଦ କାରବାରରେ ଲାଣ୍ଡୁଗୁଡା ଗ୍ରାମର ଦେଵଦାଶ୍ ମାଝୀ ଓ ରାଜୋଡା ଗ୍ରାମର ରୂପସିଙ୍ଗ ବିଶୋଇ ଏହି ୨ ଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଛି ବୋଲି ସୂଚନା ମିଳିଛି । ଏହି ଚଡାଉରେ କୋଡ଼ିଙ୍ଗା ଅବକାରୀ ଉପ ନିରୀକ୍ଷକ ହର ପ୍ରସାଦ ରାଣା , ଜୟପୁର ଅବକାରୀ ଉପନିରୀକ୍ଷକ ବିଶ୍ଵଜିତ ଦାଶ , ଅବକାରୀ ସହ ଉପନିରୀକ୍ଷକ ଜଗବନ୍ଧୁ ଯାନୀ , ଜୟପୁର ଅବକାରୀ ସହଉପ ନିରୀକ୍ଷକ ଯେ.କେ.ନାୟକ , ଅବକାରୀ କନେଷ୍ଟବଳ ଦେବେନ୍ଦ୍ର ସମରଥ ଓ ଅବକାରୀ ଫୋର୍ସ ପ୍ରମୁଖ ସାମିଲ ଥିଲେ ।

ରିପୋର୍ଟ – ଯୋଗେନ୍ଦ୍ର ପ୍ରସାଦ ମହାନ୍ତି

LEAVE A REPLY

Please enter your comment!
Please enter your name here