ନିମଖଣ୍ଡିରେ ଦକ୍ଷତା ତାଲିମ ଶିବିର ଅନୁଷ୍ଠିତ

0
272

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା କୁକୁଡାଖଣ୍ଡି ବ୍ଲକ ନିମଖଣ୍ଡି ଠାରେ ଏକ ଦକ୍ଷତା ବିକାଶ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ନିମଖଣ୍ଡି ସ୍ଥିତ ଯୁବ ସଂଗଠନ ପରିସରରେ ଏହି ଦକ୍ଷତା ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ଶିଳ୍ପ କେନ୍ଦ୍ର ପକ୍ଷରୁ ଭୁବନେଶ୍ୱର ହସ୍ତଶିଳ୍ପ ଏବଂ କୁଟୀର ଶିଳ୍ପ ନିର୍ଦ୍ଦେଶାଳୟ ସହଯୋଗରେ ଆୟୋଜିତ ଏହି ଶିବିରରେ ସ୍ଥାନୀୟ ମହିଳା ସଂଗଠନ ସଭାପତି ଶ୍ରୀମତୀ ସୁକାନ୍ତି ସାହୁ ଅଧ୍ୟକ୍ଷତା କରିଥିଲେ । କିଭଳି ଗ୍ରାମୀଣ ମହିଳାମାନଙ୍କ ଜୀବିକାର ବିକାଶ ପାଇଁ ସହାୟକ ହେବା ସହ ସେମାନେ ସ୍ୱାବଲମ୍ବୀ ହୋଇପାରିବେ ସେ ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ଏହି ପ୍ରଶିକ୍ଷଣ ଶିବିରରେ ଏକାଧିକ ମହିଳା ଯୋଗଦେଇ ତାଲିମ ଗ୍ରହଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡ଼ିଆସି ବ୍ରହ୍ମପୁର, ହ୍ୟାଣ୍ଡିକ୍ରାଫ୍ଟ ପ୍ରୋଜେକ୍ଟ ଅଫିସର, ଇଣ୍ଡଷ୍ଟିଆଲ ପ୍ରମୋସନ ଅଫିସରଙ୍କ ସମେତ ସ୍ୱେଚ୍ଛାସେବୀମାନେ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।

ରିପୋର୍ଟ:କେ ସନ୍ତୋଷ ପାତ୍ର

LEAVE A REPLY

Please enter your comment!
Please enter your name here