ପୋଲସରା ବ୍ଲକରେ ଧାନ ମଣ୍ଡିର ଶୁଭାରମ୍ଭ କଲେ ବିଧାୟକ

0
243

ପୋଲସରା : ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ରେ ଚାଷୀମାନଙ୍କ ଠାରୁ ଧାନ କ୍ରୟ ପାଇଁ ମଥୁରା ସେବା ସମବାୟ ସମିତିରେ ଡିସେମ୍ବର ୩୦ ତାରିଖ ଦିନ ଧାନ ମଣ୍ଡିର ଶୁଭାରମ୍ଭ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଯୋଗଦେଇ ଧାନ ମଣ୍ଡି ଉଦଘାଟନ କରି ଧାନ କ୍ରୟର ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅତିଥିଭାବେ ପୋଲସରା ବିଡ଼ିଓ ସୁରଞ୍ଜନ କୁମାର ସାହୁ ଓ ପୋଲସରା ତହସିଲଦାର ଦିଲ୍ଲୀପ କୁମାର ନାୟକ ଯୋଗଦେଇଥିଲେ। ଯୋଗାଣ ନିରୀକ୍ଷକ ହେମନ୍ତ କୁମାର ପ୍ରଧାନ ଙ୍କ ତତ୍ତ୍ୱାବଧାନରେ ଓ ମଥୁରା ସେବା ସମବାୟ ସମିତିର ସମ୍ପାଦକ ରଞ୍ଜିତ କୁମାର ନାୟକଙ୍କ ସହଯୋଗରେ ପ୍ରଥମ ଚାଷୀଭାବେ ଅରକ୍ଷିତ ପାତ୍ରଙ୍କ ଠାରୁ ୪୪ କୁଇଣ୍ଟାଲ ଧାନ କ୍ରୟ କରାଯାଇଥିଲା। ଧାନ ମଣ୍ଡି ଆରମ୍ଭ ହୋଇଥିବା ଯୋଗୁଁ ଚାଷୀମାନେ ଖୁସି ଥିବା ଜଣାପଡିଛି। ଏହି କାର୍ଯ୍ୟକ୍ରମରେ ବହୁ ଚାଷୀ ଯୋଗଦେଇଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here