ବନ୍ୟଜନ୍ତୁଙ୍କ ଠାରୁ ଫସଲ ସୁରକ୍ଷା ଦାବୀ କଲେ ଚାଷୀ

0
224

ଭଞ୍ଜନଗର:ତାରସିଂ ବନାଞ୍ଚଳରେ ବାସ କରୁଥିବା କୃଷକମାନେ ଦୀର୍ଘଦିନ ଧରି ହାତୀ, ବାରହା ଓ ମାଙ୍କଡ ମାନଙ୍କ ଉପଦ୍ରବ ରେ ଅତିଷ୍ଠ ହୋଇ ଚାଷିକୁଳ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତେଣୁ ଆଗାମୀ ଦିନରେ ବନ୍ୟଜନ୍ତୁଙ୍କ କବଳରୁ ନିଜ ଫସଲର ସୁରକ୍ଷା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ତାରସିଂ ବନାଞ୍ଚଳ ଅଧିକାରୀଙ୍କୁ ସ୍ଥାନୀୟ ଚାଷୀମାନେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଦିନରେ ମାଙ୍କଡ ଓ ରାତିରେ ହାତୀ, ବାରହା ଧାନ ଓ ଅନ୍ୟାନ୍ୟ ଫସଲ ନଷ୍ଟ କରୁଛନ୍ତି lଯାହାଫଳରେ ଦିନରାତି ୨୪ ଘଣ୍ଟା ଫସଲ ଜଗିବା ସମ୍ଭବପର ହେଉ ନଥିବା ବେଳେ ସେମାନଙ୍କ ଜୀବନ ପ୍ରତି ବିପଦ ରହିଛି।ଫସଲର ସୁରକ୍ଷା ପାଇଁ ବାରହା ଓ ହାତୀ ମୃତୁବରଣ କଲେ ଆଇନ ଅନୁଯାୟୀ ଦଣ୍ଡିତ ହେବାକୁ ପଡୁଛି l ଏଣୁ ଚାଷୀର ଫସଲ ବନ୍ୟଜନ୍ତୁ ଉପଦ୍ରବରୁ ରକ୍ଷା ପାଇଁ ସରକାର ପ୍ରତ୍ୟେକ ଭିଏସସ ମାଧ୍ୟମରେ ସୀମାରେଖାକୁ ସୋଲାର ସଟ ବାଡ଼ କରିବାପାଇଁ ବ୍ୟବସ୍ଥା କରିବା ପାଇଁ ଜଣାଇଛନ୍ତି l ଫସଲ କ୍ଷତି ପାଇଁ ସରକାର ଯାହା କ୍ଷତି ପୂରଣ ଦେଉଛନ୍ତି ତାହା ସମୁଦ୍ର କୁ ଶଙ୍ଖେ।ତେଣୁ ଏହାର ବିହିତ ପଦକ୍ଷେପ ନିଆ ନଗଲେ ଆଗାମୀ ଦିନରେ ଅର୍ଥାତ ୭ ଦିନ ମଧ୍ୟରେ ପଦକ୍ଷେପ ନନେଲେ ଚାଷିକୁଳ ବାଧ୍ୟ ହୋଇ ତାରସିଂ ବନାଞ୍ଚଳ କାଯ୍ୟଳୟ ସହିତ ରାଜରାସ୍ତା ଅବରୋଧ କରିବାକୁ ବାଧ୍ୟହେବେ ବୋଲି ଚେତାବନୀ ଦେଇଛନ୍ତି।

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here