ବି.ସି.ସି.ଏମ ରେ ନୂତନ ବର୍ଷ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ

0
234

ଭଞ୍ଜନଗର: ଭଞ୍ଜନଗର ଠାରୁ ଫୁଲବାଣୀ ରାସ୍ତାରେ ଥିବା ଭଞ୍ଜ କଲେଜ ଅଫ କମ୍ପ୍ୟୁଟର ଏଣ୍ଡ ମ୍ୟାନେଜମେଣ୍ଟ କଲେଜ ରେ ପ୍ରଥମ ବର୍ଷର ଛାତ୍ରଛାତ୍ରୀ ମାନଙ୍କୁ ଦ୍ୱିତୀୟ ଏବଂ ତୃତୀୟ ବର୍ଷର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସ୍ୱାଗତ କରାଯାଇଛି l ଏଥିରେ ମହାବିଦ୍ୟାଳୟ ର ସଭାପତି ଆମରନାଥ ରଥ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅଧ୍ୟକ୍ଷ ଗୌରୀ ଶଙ୍କର ହୋତା ସଭାପତିତ୍ୱ କରିଥିଲେ l ମହାବିଦ୍ୟାଳୟର ପ୍ରଫେସର ଦିଲ୍ଲୀପ କୁମାର ତ୍ରିପାଠୀ, ଶ୍ରୀନିବାସ ପାତ୍ର, ସୋମ୍ୟାଶ୍ରୀ ଭୂୟାଁ, ସସ୍ମିତା ଦାଶ, ଦିଲ୍ଲୀପ କୁମାର ନାୟକ, ଗିରୀଶ ଚନ୍ଦ୍ର ଦାଶ ନିଜନିଜର ବକ୍ତବ୍ୟରେ ଛାତ୍ରଛାତ୍ରୀଙ୍କୁ ବି.ସି.ଏ ଶିକ୍ଷା କ୍ରମର ପ୍ରାଧାନ୍ୟ ଉପରେ ବୁଝାଇଥିଲେ l ଶ୍ରୀ ରଥ ଆଇ.ଟି ଯୁଗରେ ପ୍ରଫେସନାଲ କୋର୍ସର ଚାହିଦାକୁ ପୂରଣ କରିବା ପାଇଁ ଛାତ୍ର ଛାତ୍ରୀଙ୍କ ନିଷ୍ଠା, ଉଦ୍ୟମ ଓ ଚେଷ୍ଟାହିଁ ଲକ୍ଷ୍ୟ ସ୍ଥଳରେ ପହଂଚାଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ l ଶ୍ରୀ ହୋତା ଶୃଙ୍ଖଳାର ସହ ଅଧ୍ୟୟନରେ ମନୋନିବେଶ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରବର୍ତ୍ତାଇଥିଲେ l କାର୍ଯ୍ୟକ୍ରମ ପ୍ରାରମ୍ଭରେ ଶେଷ ବର୍ଷ ର ଛାତ୍ରୀ ସୁଶ୍ରୀ ଏସ. ଜୟଶ୍ରୀ ପୃଷ୍ଟି ଏବଂ ପୂଜା ସେଠି ସ୍ୱାଗତ ସଂଗୀତ ଗାନ କରିଥିବା ବେଳେ ଦ୍ୱିତୀୟ ବର୍ଷର ଛାତ୍ର ରୁଦ୍ର ପ୍ରସାଦ ଆଚାଯ୍ୟ ସ୍ୱାଗତ ବକ୍ତବ୍ୟ ପ୍ରଦାନ କରିଥିଲେ l ମୋନାଲିସା ପଣ୍ଡା, ଶ୍ରୀୟା ସୁରଭି ସାହୁ, ଚିଦାନନ୍ଦ ମହାପାତ୍ର, ରାମେଶ୍ୱର ଗୌଡ଼, ଶିବ କୁମାର ମହାପାତ୍ର ପ୍ରଭୃତି ଛାତ୍ର ଛାତ୍ରୀ ଭାଗ ନେଇଥିବା ବେଳେ ଲଷ୍ମୀ ଭୂୟାଁ ଏବଂ ପ୍ରିତମ ପରିଡା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ l ଶେଷରେ ସୁଶ୍ରୀ ସାଇ ଶରଣ୍ୟା ରେଡି ଧନ୍ୟବାଦ ଦେଇ କାଯ୍ୟକ୍ରମ କୁ ସମାପ୍ତ କରିଥିଲେ l

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here