ତାମ୍ପରା ହ୍ରଦରେ ବୁଡି ଜଣେ ଯୁବକ ମୃତ

0
862

ଛତ୍ରପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ମଙ୍ଗଳାବର ଦିନ ଛତ୍ରପୁର ନିକଟ ତାମ୍ପରା ହ୍ରଦରେ ବୁଡି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତି ଜଣକ ବ୍ରହ୍ମପୁର ଗାନ୍ଧିନଗରସ୍ଥ ସ୍ପେକଟ୍ରମ କଲୋନୀର ଚିନ୍ମୟ କୁମାର ସାହୁ(୩୪) ଓ ସେ ଭବାନିପାଟଣା ଠାରେ ସରକାରୀ କର୍ମଚାରୀ ରୂପେ କାର୍ଯ୍ୟ କରୁଥିବା ଜଣାପଡିଛି । ସେ ତାଙ୍କର ୩ଜଣ ବନ୍ଧୁଙ୍କ ସହ ଭୋଜି କରିବା ପାଇଁ ତାମ୍ପରା କାର ଯୋଗେ ଯାଇଥିଲେ । ସେଠାରେ ଭୋଜିର ଭରପୁର ମଜା ଉଠାଇବା ସହ ତାମ୍ପରା ହ୍ରଦରେ ଚିନ୍ମୟ ଏବଂ ସାଙ୍ଗମାନେ ଗାଧୋଇଥିଲେ । ସେତେବେଳେ ତାଙ୍କର ଗୋଡ ଖସି ଯାଇଥିଲା ଓ ସେ ଗଭୀର ଜଳରେ ବୁଡିଯାଇଥିଲେ । ସାଙ୍ଗମାନେ ବହୁ ଖୋଜାଖୋଜି କରିଥିଲେ କିନ୍ତୁ ପାଇନଥିଲେ । ଖବରପାଇ ଛତ୍ରପୁର ପୋଲିସ ଏବଂ ଦମକଳବାହିନୀର କର୍ମଚାରୀ ମାନେ ପହଞ୍ଚି ଚିନ୍ମୟକୁ ଉଦ୍ଧାର କରି ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

LEAVE A REPLY

Please enter your comment!
Please enter your name here