ବ୍ରହ୍ମପୁର ସହରରେ ଗଣେଷ ମୂର୍ତ୍ତି ବିସର୍ଜନ ପାଇଁ ୪ଟି ସ୍ଥାନରେ କୃତିମ ଜଳାଶୟ ନିର୍ମାଣ

0
719

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ବ୍ରହ୍ମପୁର ସହରର ବିଭିନ୍ନ ସାହି,ଛକ,ସରକାରୀ ଓ ଘରୋଇ଼ କାର୍ଯ୍ୟାନୁଷ୍ଠାନ,ବିଦ୍ୟାଳୟ ତଥା ଘରୋଇ ଶିକ୍ଷାଦାନ କେନ୍ଦ୍ରରେ ବହୁ ଆଡମ୍ବର ସହ ପାଳିତ ହେଉଛି ଗଣେଷ ପୂଜା । ମନ୍ଦିରଠାରୁ ଆରମ୍ଭ କରି ପୁଜା ମଣ୍ଡପ ପର୍ଯ୍ୟନ୍ତ ସବୁଠି ଶ୍ରଦ୍ଧାଳୁଙ୍କ ଭିଡ ଲାଗି ରହିଛି । ଚଳିତ ବର୍ଷ ଠାକୁରଙ୍କ ବିସର୍ଜନ ପାଇଁ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଏକ ପଦକ୍ଷେପ ନିଆଯାଇଛି । ମହାନଗର ନିଗମ ପକ୍ଷରୁ ଜଳ ପ୍ରଦୂଷଣକୁ ରୋକିବା ପାଇଁ ଆମ୍ବ ବଜାର,ଫାଷ୍ଟ ଗେଟ, ଗୋଷାଣୀ ନୂଆଗାଁ ଓ ଆମ୍ବପୁଆ ନିକଟରେ ୪ଟି କୃତିମ ଜଳାଶୟ ନିର୍ମାଣ କରାଯାଇଛି । ମୁର୍ତ୍ତିରେ ଲାଗିଥିବା ରାସାୟନିକ ରଙ୍ଗର ପ୍ରଭାବରେ ଜଳାଶୟ ଗୁଡିକ ଦୂଷିତ ହେଉଥିବାରୁ ଏହାଦ୍ୱାରା ବିଭନ୍ନ ଜଳଚର ପ୍ରାଣୀମାନେ ପ୍ରଭାବିତ ହେବା ସହ ସେହି ଜଳାଶୟରେ ଗାଧୋଇବା ଲୋକମାନେ ମଧ୍ୟ ଚର୍ମରୋଗରେ ଆକ୍ରାନ୍ତ ହୋଇଥାନ୍ତି । ତେଣୁ ଏହି ସମସ୍ୟାକୁ ଦୂର କରିବା ପାଇଁ ବ୍ରହ୍ମପୁରର ୪ଟି ସ୍ଥାନରେ କୃତିମ ଜଳାଶୟ ନିର୍ମାଣ କରାଯାଇଛି ଏବଂ ସେଠାରେ ଗଣେଷ ମୁର୍ତ୍ତି ବିସର୍ଜନ କରିବାକୁ ବିଏମସି କମିଶନର ଶ୍ରୀ ଚକ୍ରବର୍ତ୍ତୀ ସିଂ ରାଠୋର ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here