କଳାକାର ସମାବେଶ ନିମନ୍ତେ ପ୍ରସ୍ତୁତି ବୈଠକ

0
616

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : କଳାକାର ସମାଜର କଲ୍ୟାଣ ନିମନ୍ତେ ଗଠିତ ସଙ୍ଗଠନ “ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ” ପକ୍ଷରୁ ଦକ୍ଷିଣ ଓଡିଶା କଳାକାର ସମାବେଶ ଆୟୋଜନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଜାତୀୟ ସଙ୍ଗୀତ କଳାକେନ୍ଦ୍ର ପରିସରସ୍ଥ ଭଞ୍ଜ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ସଂଘ ସଭାପତି ସୁବାସ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସୀମାନ୍ତ ନଟରାଜ ଡା.ତିରୁପତି ସାହୁ ମୁଖ୍ୟ ଅତିଥୀ ଓ ନାଟ୍ୟ ପ୍ରଦୀପ ମଦନ ମିଶ୍ର ମୁଖ୍ୟ ବକ୍ତା ଏବଂ ଆନ୍ତଃ ର୍ଜାତୀୟ ଖ୍ୟାତିସମ୍ପନ୍ନ ଲୋକନୃତ୍ୟବିତ୍ ନାରାୟଣ ମହାରଣା,ବରିଷ୍ଠ କଳାକାର ଉମାଶଙ୍କର ଦାଶ ପ୍ରମୂଖ ସମ୍ମାନୀତ ଅତିଥୀ ଭାବେ ଯୋଗ ଦେଇ ସଂଘର ଆଭିମୁଖ୍ୟ ଉପରେ ସନ୍ତୋଷ ବ୍ୟକ୍ତ କରିଥିଲେ । କଳାକାରମାନଙ୍କ ସହାୟତା ନିମନ୍ତେ ଅନୁଷ୍ଠାନ ପକ୍ଷରୁ “କଳାକାର କଲ୍ୟାଣ ପାଣ୍ଠି” ଗଠନ କରାଗଲା । ନିକଟ ଭବିଶ୍ୟତରେ ଦକ୍ଷିଣ ଓଡିଶା କଳାକାର ସମାବେଶ ଏବଂ ଦକ୍ଷିଣ ଓଡିଶା ବରିଷ୍ଠ କଳାକାର ଗଠନ ସଂପର୍କରେ ଆଲୋଚନା କରାଯାଇ ସର୍ବସମ୍ମତି କ୍ରମେ ଡଃ ତିରୁପତି ସାହୁଙ୍କୁ ଦକ୍ଷିଣ ଓଡିଶା ବରିଷ୍ଠ କଳାକାର ସଂଘର ସଭାପତି ଭାବେ ଚୟନ କରାଯାଇଥିଲା । ଉକ୍ତ ସଙ୍ଗଠନର ଅନ୍ୟାନ୍ୟ କର୍ମକର୍ତ୍ତା ବିଭିନ୍ନ ଜିଲ୍ଲାର କର୍ମକର୍ତ୍ତାମାନଙ୍କୁ ନେଇ ଚୟନ କରିବା ନିମନ୍ତେ ସ୍ଥିର କରାଯାଇଥିଲା । ଏହି ଆଲୋଚନାରେ ନାଟ୍ୟ ବିଦ୍ୟାବୃଦ୍ଧ ପ୍ରଫୁଲ୍ଲ ବେହେରା,ବରିଷ୍ଠ କଳାକାର ଶିଶୁ ନାହାକ,ନାଟ୍ୟ ନିର୍ଦ୍ଦେଶକ ଶର୍ମା ପ୍ରମୂଖ ବହୁ କର୍ମକର୍ତ୍ତା ତଥା ସଦସ୍ୟ ଅଂଶ ଗ୍ରହଣ କରିଥିଲେ । ସାଙ୍ଗଠନିକ ଦୃଷ୍ଠିରୁ ନାଟ୍ୟକାର ଯୁଦ୍ଧିଷ୍ଠିର ଭଞ୍ଜସାମନ୍ତ ଏବଂ କଳାକାର ତଥା ସାମ୍ବାଦିକ ଜୟ କୃଷ୍ନ ପଟ୍ଟନାୟକଙ୍କୁ ଯଥାକ୍ରମେ ଚିକିଟି ଏବଂ ଭଞ୍ଜନଗର ବ୍ଲକ ସଂଯୋଜକ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ ପ୍ରାରମ୍ଭରେ ସଂଘର ସମ୍ପାଦକ ସୁବାଷ ଚନ୍ଦ୍ର ସାହୁ ରୋଷନ ପ୍ରାରମ୍ଭିକ ସୂଚନା ସହ ସ୍ୱାଗତ ଭାଷଣ ଦେଇଥିବା ବେଳେ କୋଶାଧ୍ୟକ୍ଷ ଦୁର୍ଗା ପ୍ରସାଦ ଆଚାର୍ଯ୍ୟ ଅତିଥୀ ପରିଚୟ ପ୍ରଦାନ କରିଥିଲେ । ପରିଶେଷରେ ସହ ସମ୍ପାଦକ ରବି ନାରାୟଣ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ

LEAVE A REPLY

Please enter your comment!
Please enter your name here