ଆର.ଉଦୟଗିରି ପୋଲିସ ଦ୍ୱାରା ୧୨ବସ୍ତା ଗଞ୍ଜେଇ ଜବତ; ଦୁଇ ଜଣ ଗିରଫ

0
261

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାର ଆର.ଉଦୟଗିରି। ବ୍ଲକ ଅନ୍ତର୍ଗତ ପାଦର ଗ୍ରାମ ନିକଟରେ ଆର୍ ଉଦୟଗିରି ପୋଲିସ ପେଟ୍ରୋଲଂ ସାରି ଫେରିବା ସମୟରେ ଏକ ସଫଳତା ମିଳିଛି । ଯାହା ଫଳରେ ଆମ ରାଜ୍ୟ ବାହାରକୁ ୧୫ଲକ୍ଷ ଟଙ୍କାର ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ ସଫଳତାର ସହ ଯାଞ୍ଚ କରି ଗଞ୍ଜେଇକୁ ଜବତ କରିପାରିଛନ୍ତି । ଏଥିରେ ୨ଜଣ ଚୋରା ଚାଲାଣକାରୀଙ୍କୁ ମଧ୍ୟ ପୋଲିସ ଗିରଫ କରିପାରିଛନ୍ତି । ଘଟଣାରୁ ପ୍ରକାଶ ଆର.ଉଦୟଗିରି ପୋଲିସ ରାତ୍ରି ସମୟରେ ପେଟ୍ରୋଲିଂ ସାରି ଫେରୁଥିବା ବେଳେ ପଇପଦର ଗ୍ରାମ ନିକଟରେ ୨ଜଣ ବ୍ୟକ୍ତି ସଂଦେହଦନକ ଭାବେ ଦେଖିବାକୁ ମିଳିଥିଲା ଏହାର ଆଧାର କରି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଏହି ୨ଜଣଙ୍କୁ ବିଭିନ୍ନ ଦିଗରୁ ତଦନ୍ତ ଓ ଯାଞ୍ଚ କରିବା ପରେ ପୋଲିସକୁ ଏକ ସଫଳତା ମିଳିଥିଲା । ଯାହା କି ଏହି ୨ଜଣ ୧୨ଗୋଟି ବସ୍ତାରେ ୩କୁଇଣ୍ଟାଲ ୯୧କେଜି ୮୦୦ଗ୍ରାମ ଗଞ୍ଜେଇକୁ ରାସ୍ତା କଡରେ ଲୁଚାଇ ରଖି ରାଜ୍ୟ ବାହାରକୁ ଚାଲାଣ ପାଇଁ କୌଣସି ଏକ ଗାଡ଼ିକୁ ଅପେକ୍ଷାରେ ଥିଲେ । ପୋଲିସ ଏହି ଗଞ୍ଜେଇକୁ ଜବତ କରିବା ସହ ଏଥିରେ ସଂପୃକ୍ତ ୨ଜଣ ଚୋରା ଚାଲାଣକାରୀ ମୋହନ ମାଝି ଓ ଯୋସଫ ରଇତକୁ ଗିରଫ କରି କୋର୍ଟକୁ ଚାଲାଣ କରାଯାଇଥିବା ଆର.ଉଦୟଗିରି ଏସଡିପିଓ ଦୀଲିପ ନାୟକ ଏବଂ ଥାନା ଅଧିକାରୀ ରବୀନ୍ଦ୍ର କୁମାର ପଣ୍ଡା ଏହି ସୁଚନା ଦେଇଛନ୍ତି । ଜବତ ଗଞ୍ଜେଇର ମୁଲ୍ୟ ଆନୁମାନିକ ୧୫ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ମଧ୍ୟ ପୋଲିସ ସୁଚନାରୁ ଜଣାପଡିଛି।

ରିପୋର୍ଟ:ବସନ୍ତ ପଣ୍ଡା

LEAVE A REPLY

Please enter your comment!
Please enter your name here