ଏଚ୍.ଆର୍.ଏଫ୍ ପକ୍ଷରୁ ମାନବାଧିକାର ପ୍ରଶିକ୍ଷଣ ଶିବିର ଓ କର୍ମଶାଳା

0
228

ବ୍ରହ୍ମପୁର: ସ୍ଥାନୀୟ ଗୋଶାଣିନୁଆଗାଁ ଚାଚା ନେହେରୁ ବ୍ୟାୟାମ କେନ୍ଦ୍ରର ପରିସରରେ ଥିବା ସମ୍ମିଳନୀ କକ୍ଷରେ ହ୍ୟୁମାନ ରାଇଟ୍ସ ଫ୍ରଣ୍ଟ ଇଣ୍ଡିଆ ପକ୍ଷରୁ ଜିଲ୍ଲା ସ୍ଥରୀୟ ମାନବାଧିକାର ପ୍ରଶିକ୍ଷଣ ଶିବିର ଓ କର୍ମଶାଳା ଜିଲ୍ଲା ସଂଯୋଜିକା ଡ଼ଃ. ମିନାକ୍ଷୀ ଦେବୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ରାଜ୍ୟ ଆବାହକ ଓ ଅଧିବକ୍ତା ଶ୍ରୀ ରାଜୀବ ପଟ୍ଟନାୟକ ଯୋଗଦେଇ ଏହି ପ୍ରଶିକ୍ଷଣ ଶିବିରକୁ ଉଦଘାଟନ କରିଥିଲେ । ମୁଖ୍ୟ ଅତିଥି ଭାବେ ଏଚ.ଆର.ଏଫ୍. ଇଣ୍ଡିଆର ଅଧ୍ୟକ୍ଷ ଶ୍ରୀ ମନୋଜ ଜେନା ଯୋଗଦେଇ ସମ୍ପ୍ରତି ବିଶ୍ୱରେ ବିଭିନ୍ନ କ୍ଷେତ୍ରରେ ମାନବାଧିକାର ଖୋଲା ଉଲଂଘନ ହେଉଛି ଏବଂ କୋଟିକୋଟି ଶିଶୁ ଅବହେଳାର ଶିକାର ହେଉଛନ୍ତି । ଏହାସହ ମହିଳା ଓ ମାନବଚାଲାଣକାରୀଙ୍କ ନିର୍ଯ୍ୟାତନା ବଢି ଚାଲିଛି । ମାନବ ଜାତି, ଜଳବାୟୁ ପରିବର୍ତ୍ତନ, ଆତଙ୍କବାଦ, ସାମାଜିକ ଓ ଅର୍ଥନୈତିକ ଅସମାନତା ଆଦି ଅନେକ ଆହ୍ୱାନ ସମ୍ମୁଖୀନ ହେଉଥିବା କହିଛନ୍ତି । ଏଣୁ ଆଜିର ଦିନରେ ସମସ୍ତେ ସଚେତନତା ସୃଷ୍ଟି କରିବା ଆପଣଙ୍କ ମାନଙ୍କ ମୂଳ ଉଦ୍ଦେଶ୍ୟ ବୋଲି ଶ୍ରୀ ମତ ରଖିଥିଲେ । ପରେପରେ ଜିଲ୍ଲା ଆବାହକ ନାରାୟଣ ମହାଙ୍କୁଡଙ୍କ ପୌରାହିତ୍ୟରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ପ୍ରଶିକ୍ଷକ ମାନଙ୍କୁ ପ୍ରଶିକ୍ଷତ କରାଇଥିଲେ । ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ଅନୁଯାଇ ଭାରତରେ ପ୍ରତିଦିନ ହାରାହାରି ୮୮ ମହିଳାଙ୍କୁ ବଳତ୍କାର ହୁଏ । ଏହି ଘଟଣା ୨୦୨୦ ମସିହାରେ ୩୨ ହଜାର ମହିଳାଙ୍କ ପ୍ରତି ହୋଇଥିଲା । ଏବଂ ପିଡିତା ମାନଙ୍କ ମଧ୍ୟରୁ ୧୫% ଅଧିକ ଝିଅଙ୍କ ବୟସ ୧୮ ବର୍ଷରୁ କମ ଥିଲା । କିନ୍ତୁ ସ୍ୱାଧୀନତା ର ୭୫ ବର୍ଷ ପରେ ମଧ୍ୟ ଦେଶ ଅବହେଳିତ ହୋଇଥିବା ସହ ମୌଳିକ ସୁବିଧାରୁ ବଞ୍ଚିତ ହୋଇଥିବା ଶ୍ରୀ ମହାଙ୍କୁଡ କହିଛନ୍ତି । ଆୟୋଜିତ କାର୍ଯ୍ୟକ୍ରମରେ ପ୍ରେସ୍ କ୍ଲବ ବ୍ରହ୍ମପୁରର ସଭାପତି ଶ୍ରୀଯୁକ୍ତ ଗୋପାଳ ପଟ୍ଟନାୟକ, ପୂର୍ବତନ ଗଞ୍ଜାମ ଓକିଲ ସଂଘର ସଭାପତି ସୁବାଷ ଚନ୍ଦ୍ର ପାଳ, ଜିଲ୍ଲା ସହ ସଂଯୋଜକ କୁଶ କୁମାର ପ୍ରଧାନ ମଞ୍ଚାସିନ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କେର୍ ଏଣ୍ଡ ଶେର୍ ସାରା ମିଶ୍ର, ରେସ୍ମା ରାଣୀ ସେଠି, ଭିକାରି ନାୟକ ଓ ସଂଗ୍ରାମ ପ୍ରଧାନ, ଚିନ୍ମୟ କୁମାର ନାୟକ, ପୂର୍ଣ୍ଣଚନ୍ଦ୍ର ବେହେରା, ଆଲୋକ କୁମାର ପଟ୍ଟନାୟକ, ଜୟ ବାବୁଙ୍କ ସହ ଜିଲ୍ଲାର ବିଭିନ୍ନ ବ୍ଲକରୁ ବହୁ ପ୍ରଶିକ୍ଷକ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here