ବାଲିଗୁଡ଼ା ମେଡିକାଲ ରେ ରୋଗୀ ମୃତ୍ୟୁ ଘଟଣା : ଉପଜିଲ୍ଲାପାଳ ଙ୍କ ସହ ଆଲୋଚନା ପରେ ରାସ୍ତା ଅବରୋଧ ହଟିଲା

0
232

ବାଲିଗୁଡା,(ନ୍ୟୁଜ ଏକ୍ସଟ୍ରା): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଗୁରୁବାର ରାତି ରେ ସଲାଗୁଡା ତେଲେପଙ୍ଗା ଗ୍ରାମର ରବିଚନ୍ଦ୍ର ଦିଗାଲ ର ଗୋଡ଼ ବ୍ୟଥା ସହ ଜ୍ବର ହେଉଥିବା ବେଳେ ଉପଖଣ୍ଡ ଚିକିତ୍ସାଳୟ ରେ ଚିକିତ୍ସା ସମୟରେ ରବିଚନ୍ଦ୍ରଙ୍କ ମୃତ୍ୟୁ ଘଟିଥିଲା l ଏହାକୁ ନେଇ ଉତ୍ତ୍ୟକ୍ତ ଲୋକ ଶୁକ୍ରବାର ସକାଳୁ ୫୯ ନଂ. ଜାତୀୟ ରାଜପଥ ଅବରୋଧ କରିଥିଲେ। ଡ଼ାକ୍ତର ଙ୍କ ଅବହେଳା ଯୋଗୁଁ ମୃତ୍ୟୁ ହୋଇଥିବା ଅଭିଯୋଗରେ କଡ଼ା କାର୍ଯ୍ୟାନୁଷ୍ଠାନ ଓ ପରିବାର ଲୋକଙ୍କୁ କ୍ଷତି ପୂରଣ ଦାବୀ କରିଥିଲେ। ଖବର ପାଇ ଘଟଣାସ୍ଥଳରେ ବାଲିଗୁଡ଼ା ତହସିଲଦାର ଶଶାଙ୍କ ଶେଖର ପାତ୍ର, ଏସଡିପିଓ ମନୋଜ ପୂଜାରୀ, ଥାନା ଅଧିକାରୀ ବାବାଶଙ୍କର ସରାଫଙ୍କ ସମେତ ଅନ୍ୟ ପୋଲିସ୍ କର୍ମଚାରୀ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ କୌଣସି ପ୍ରକାରେ ସଫଳ ହୋଇନଥିଲା। ଆନ୍ଦୋଳନ କାରୀ ମାନେ ସେମାନଙ୍କ ଦାବୀ ପୂରଣ ନ ହେବା ପର୍ଯ୍ୟନ୍ତ ଏପରି ରାସ୍ତା ରୋକ ଆନ୍ଦୋଳନ ଜାରୀ ରହିବ ବୋଲି ଅଡ଼ି ବସି ଥିଲେ l ହେଲେ ଦୀର୍ଘ ୭ ଘଣ୍ଟା ପରେ ବାଲିଗୁଡ଼ା ଉପଜିଲ୍ଲାପାଳ ଡ଼.ଶୁଭଙ୍କର ମହାପାତ୍ର ଘଟଣା ସ୍ଥଳରେ ପହଁଚି ଆନ୍ଦୋଳନ କାରୀଙ୍କ ସହ ଆଲୋଚନା ପରେ ରାସ୍ତା ଅବରୋଧ ହଟିଥିଲା। ଡାକ୍ତର ଅବହେଳା ର ଏକ ତଦନ୍ତଟିମ୍ ଗଠନ ସହ ମୃତ ପରିବାରକୁ ରେଡକ୍ରସ ତରଫରୁ ୩୦ହଜାର ଟଙ୍କା, ପରିବାର ଜଣକୁ ଚାକିରୀ ସହ ଡାକ୍ତର ପଦବୀ ପୂରଣ ଖୁବ ଶୀଘ୍ର କରାଯିବ ବୋଲି ଉପଜିଲ୍ଲାପାଳ ଡ଼.ଶୁଭଙ୍କର ମହାପାତ୍ର ପ୍ରତିଶୃତି ଦେବା ପରେ ରାସ୍ତା ରୋକ ହଟିଥିଲା l
ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ

LEAVE A REPLY

Please enter your comment!
Please enter your name here