ସୁନାମୀ ସାମୁହିକ ଅଭ୍ୟାସ (ମକ୍ ଡ୍ରିଲ୍)

0
234

ଛତ୍ରପୁର: ଭାରତ ମହାସାଗର ସ୍ତରୀୟ ସୁନାମୀ ପ୍ରସ୍ତୁତି କାର୍ଯ୍ୟକ୍ରମ ଅନ୍ତର୍ଗତ ଆଜି ତା.୦୫.୦୧.୨୦୨୧ ରିଖ ପୂର୍ବାହ୍ନ ଘ.୯.୩୦ମି. ସମୟରେ ସୁନାମୀ ମକ୍ ଡ୍ରିଲ୍ କରାଯାଇଛି । ଏହି ଗ୍ରାମଟି ଏକ ସୁନାମୀ ପ୍ରବଣ ଅଞ୍ଚଳ ଭାବେ ଚିହ୍ନଟ କରାଯାଇଛି ।
ଏହି ମକ୍ ଡ୍ରିଲ ପାଇଁ ଏକ ପ୍ରାକ୍ ସୂଚନା ରାଜ୍ୟ ଆପଦକାଳୀନ କକ୍ଷ (SEOC) ଠାରୁ ଆଜି ଘ.୦୯.୩୦ମି. ସମୟରେ ପହଞ୍ଚି ଥିଲା । ଗ୍ରାମରେ ଥିବା ଆଲର୍ଟ ସାଇରନ୍ ସିଷ୍ଟମ୍ ମାଧ୍ୟମରେ ଲୋକଙ୍କୁ ସୁନାମୀ ଆସିବାର ପ୍ରାକ୍ ସୂଚନା ଦିଆଯାଇଥିଲା ।
ଏହି ପ୍ରାକ୍ ସୂଚନା ପାଇଲା ପରେ ଗ୍ରାମରେ ଥିବା ସ୍ବେଚ୍ଛାସେବୀ ମାନେ ଘରକୁଘର ବୁଲି ସୁନାମୀ ଆସିବାର ସୁଚନାକୁ ଲୋକଙ୍କୁ ଜଣାଇଥିଲେ । ଏହାପରେ ଲୋକମାନେ ଆସି ଗୋଟିଏ ସ୍ଥାନରେ ଏକତ୍ରିତ ହୋଇଥିଲେ । ସ୍ବେଚ୍ଛାସେବୀ ମାନଙ୍କ ତରଫରୁ ନିରାପଦ ରାସ୍ତା ମଧ୍ୟ ଦେଇ ପୂର୍ବ ସ୍ଥିରୀକୃତ ସୁନାମୀ ଆଶ୍ରୟ ସ୍ଥଳକୁ ଯିବାପାଇଁ କୁହାଯାଇଥିଲା । ଲୋକମାନେ ଚିହ୍ନଟ ହୋଇଥିବା ରାସ୍ତାରେ ଆଶ୍ରୟ ସ୍ଥଳୀରେ ପହଞ୍ଚିଥିଲେ । ଗ୍ରାମର ସ୍ବେଚ୍ଛାସେବୀ ମାନଙ୍କ ଦ୍ବାରା ବୃଦ୍ଧବୃଦ୍ଧା, ମହିଳା, ଭିନ୍ନକ୍ଷମ ତଥା ଅନ୍ୟାନ୍ୟ ଅସହାୟ ବ୍ୟକ୍ତିଙ୍କୁ ସ୍ଥାନାନ୍ତରଣରେ ସାହାଯ୍ୟ କରିଥିଲେ ।
ଆଶ୍ରୟ ସ୍ଥଳୀରେ ବିଭିନ୍ନ ଜନ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା । ଏହି ଜନ ସଚେତନତା କାର୍ଯ୍ୟକ୍ରମରେ ସୁନାମୀ ପ୍ରଶିକ୍ଷକ ମାନେ ଲୋକ ମାନଙ୍କୁ ସୁନାମୀର ଭୟାବହତା ସୁନାମୀରୁ ସୁରକ୍ଷା ଉପାୟ ଏବଂ ସୁନାମୀର ପ୍ରସ୍ତୁତି ସମ୍ବନ୍ଧରେ ଲୋକ ମାନଙ୍କୁ ଜଣାଇଥିଲେ । ଶେଷରେ ରାଜ୍ୟ ଆପଦ କାଳୀନ କକ୍ଷରୁ ସୁନାମୀ ବିପଦ ସମ୍ପୂର୍ଣ୍ଣ ଟଳିବାର ସୁଚନା ପାଇଲା ପରେ ଲୋକମାନେ ନିଜ ଘରକୁ ଫେରିଥିଲେ । ଏହି ସାମୁହିକ ଅଭ୍ୟାସ (ମକ୍ ଡ୍ରିଲ୍) ସଂପୃକ୍ତ ଗ୍ରାମବାସୀ ବୃନ୍ଦ, ଜିଲ୍ଲା ପ୍ରଶାସନ, ସ୍ବେଚ୍ଛାସେବୀ ଅନୁଷ୍ଠାନ, ଅଗ୍ନିଶମ ବିଭାଗ, ଓଡ୍ରାଫ୍ ଟିମ୍ ର ମିଳିତ ସହଯୋଗରେ ସୁଚାରୁ ରୂପେ ପରିଚାଳନା କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here