ବ୍ଳକ୍ ସ୍ତରୀୟ ବାଳିକା ଆତ୍ମ ରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦ୍ଘାଟିତ

0
766

ଦିଗପହଣ୍ଡି (ନ୍ୟୁଜଏକ୍ସଟ୍ରା ବ୍ୟୁରୋ):ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ବୁଧବାର ଠାରୁ ତିନିଦିନିଆ ବ୍ଳକ୍ ସ୍ତରୀୟ ବାଳିକା ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଯାଇଛି । ଏଥିରେ ବ୍ଳକ ଶିକ୍ଷାଧିକାରୀ ବସନ୍ତ କୁମାର ପଣ୍ଡା ମୂଖ୍ୟ ଅତିଥି ଭାବେ ଯୋଗଦେଇ ଶିବିରଟିକୁ ଉଦ୍ଘାଟନ କରିଥିଲେ । ସମ୍ମାନିତ ଅତିଥିଭାବେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ମାଗି ସେଠୀ, ସିଆରସିସି ଉପେନ୍ଦ୍ର କୁମାର ପଣ୍ଡା ମଞ୍ଚାସୀନ ଥିବା ବେଳେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶିଶିର କୁମାର ଦାସ ସଂଯୋଜନା କରିଥିଲେ । ମାଷ୍ଟର ଟ୍ରେନର୍ ଭାବେ ରିସୋର୍ସ ପର୍ସନ୍ ସସ୍ମିତା ପ୍ରଧାନ, ଅର୍ଣ୍ଣପୂର୍ଣ୍ଣା ସେଠୀ ଏବଂ ତପସ୍ୱିନୀ ପ୍ରଧାନ ପ୍ରମୁଖ ଯୋଗଦେଇ ଉପସ୍ଥିତ ଶିବିରାର୍ଥୀ ମାନଙ୍କୁ ଜରୁରୀ ସମୟରେ ନିଜକୁ ସୁରକ୍ଷା ଦେବା ପାଇଁ ବିଭିନ୍ନ ପ୍ରକାର ଆତ୍ମ ରକ୍ଷା କୌଶଳ ବୁଝାଇଥିଲେ । ତିନି ଦିନ ଧରି ଚାଲିବାକୁ
ଥିବା ଏହି ଆତ୍ମ ରକ୍ଷା ପ୍ରଶିକ୍ଷଣ ଶିବିରରେ ବ୍ଳକର ବିଭିନ୍ନ ଉଚ୍ଚ ବିଦ୍ୟାଳୟରୁ ନବମ ଓ ଦଶମ ଶ୍ରେଣୀର ୮୦ ଜଣ ଛାତ୍ରୀ ଅଂଶ ଗ୍ରହଣ କରିଥିବା ବେଳେ ୧୮ ଜଣ ଗାଇଡ୍ ଶିକ୍ଷକ ଅଂଶ ଗ୍ରହଣ କରିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here