ମଦନ ମୋହନ ପଣ୍ଡାଙ୍କ ଚତୁର୍ଦ୍ଦଶ ଶ୍ରାଦ୍ଧୋତ୍ସବ

0
335

ବୁଗୁଡା: ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡା ସହରର ଆଧ୍ୟାତ୍ମିକବାଦୀ ସ୍ବର୍ଗତ ମଦନ ମୋହନ ପଣ୍ଡାଙ୍କ ଚତୁର୍ଦ୍ଦଶ ଶ୍ରାଦ୍ଧୋତ୍ସବ ସ୍ଥାନୀୟ ନିକୁଞ୍ଜ ମୋହନ କ୍ଳବ ପରିସରରେ ଅକ୍ଟୋବର ୩୧ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଅଧିବକ୍ତା ହର ପ୍ରସାଦ ଦାସ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ସୀମାଞ୍ଚଳ ବେହେରା ଓ ମୂଖ୍ୟ ବକ୍ତା ଭାବରେ ସାହିତ୍ୟିକ ମୁରଲୀଧର ନନ୍ଦ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ କବି ଅନନ୍ତ କର ଓ ବରିଷ୍ଠ ଡାକ୍ତର ଦୟାନିଧି ରାଉତ ଯୋଗଦେଇଥିଲେ।ପ୍ରଥମେ ଶ୍ରୀ ଜଗନ୍ନାଥ ଏବଂ ପରେ ସ୍ବର୍ଗତ ମଦନ ମୋହନ ପଣ୍ଡା ଓ ସ୍ବର୍ଗତ ଲାବଣ୍ୟବତୀ ପଣ୍ଡାଙ୍କ ଫୋଟଚିତ୍ରରେ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ଳଳନ କରିଥିଲେ । ମଦନ ମୋହନ ପାଠାଗାର ଓ ସାହିତ୍ୟ ସଂସଦ ର ସମ୍ପାଦକ ତ୍ରିଲୋଚନ ପଣ୍ଡା ଅତିଥିମାନଙ୍କ ପରିଚୟ ପ୍ରଦାନ ଓ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ତ୍ରିଲୋଚନ ପଣ୍ଡା ନିଜର ପିତା ଓ ମାତାଙ୍କ ସ୍ମୃତି ରକ୍ଷାପାଇଁ ପ୍ରତିବର୍ଷ ଏହିପରି କାର୍ଯ୍ୟକ୍ରମ କରୁଥିବା ଯୋଗୁଁ ଅତିଥି ବୃନ୍ଦ ଶ୍ରୀ ପଣ୍ଡାଙ୍କୁ ପ୍ରଶଂସା କରିବା ସହ ଦୀର୍ଘାୟୁ କାମନା କରିଥିଲେ। ଦ୍ବିତୀୟ ଅଧିବେଶନରେ ସ୍ବାକ୍ତ ଅଧ୍ୟକ୍ଷ ଚିତ୍ତରଞ୍ଜନ ଦାସ ଓ ପଣ୍ଡିତ ଚନ୍ଦ୍ରଶେଖର ମିଶ୍ରଙ୍କ ସଂଯୋଜନାରେ କବିତା ପାଠୋତ୍ସବରେ ଶ୍ରୀଧର ମିଶ୍ର, ସୁରେଶ ପାଢୀ, ଲକ୍ଷ୍ମଣ ନାୟକ, ପ୍ରଭାକର ନାୟକ, ମୁରଲୀଧର ନାୟକ ଓ ବସନ୍ତ ବିଷୋୟୀ ଙ୍କ ସମେତ ବହୁ କବି ନିଜସ୍ବ କବିତା ପାଠ କରିଥିଲେ । ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ଡାକ୍ତର ଦୟାନିଧି ରାଉତ, ଡାକ୍ତର ମୋଚିରାମ ନାହାକ, ଜ୍ଯୋତିଷ ଆଚାର୍ଯ୍ୟ ହରେରାମ ଶତପଥି, ଜ୍ଯୋତିଷାଚାର୍ଯ୍ୟ ରାଜକିଶୋର ଦାଶ, ସମାଜସେବୀ ସୀମାଞ୍ଚଳ ଖଟାଇ, ଗନ୍ଧମାର୍ଦ୍ଦନ ସେଠୀ, ଡାକ୍ତର ଶୁଭ୍ରକାନ୍ତ ପାଢୀ, ପ୍ରଧାନ ଶିକ୍ଷକ କୃତ୍ତିବାସ ପଟ୍ଟନାୟକ ଓ ଚିତ୍ରଶିଳ୍ପୀ ସଂଜୟ କୁମାର ମହାରଣା ପ୍ରମୁଖଙ୍କୁ ଉପଢୌକନ ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ଶିକ୍ଷାବିତ ଡ଼କ୍ଟର ବିଜୟ ଚନ୍ଦ୍ର ମହାରଣା ଧନ୍ୟବାଦ ଅର୍ପଣ କରିଥିବା ବେଳେ ଦିଗାମ୍ବର ମହାରଣା, କେଦାର ନାଥ ଦାଶ, ରାଜେନ୍ଦ୍ର ପାତ୍ର ଓ ସଂଜୟ ଗୌଡ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here