ରାଷ୍ଟ୍ରୀୟ ଏକତା ଦିବସ ପାଳନ

0
343

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ସ୍ଥିତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜାତୀୟ ସେବା ଯୋଜନା ଶାଖା-୧ ତରଫରୁ ପୋଷ୍ୟ ଗ୍ରାମ ଜିରାବାଡି ନୂଆଁ ସାହି ଠାରେ କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ସୁନିର କାନ୍ତ ମିଶ୍ରଙ୍କ ତତ୍ତ୍ୱାବଧାନରେ ରବିବାର ସ୍ବେଚ୍ଛାସେବୀ ମାନଙ୍କ ଦ୍ଵାରା ରାଷ୍ଟ୍ରୀୟ ଏକତା ଦିବସ ପାଳନ କରାଯାଇଥିଲା । ଏହି ଅବସରରେ ସ୍ବେଚ୍ଛାସେବୀ ମାନେ ସଚେତନତା ବାର୍ତ୍ତା ଦେଇ ସମ୍ପୂର୍ଣ ଜିରାବାଡି ଗ୍ରାମ ପରିକ୍ରମା କରି ନୂଆସାହି ଠାରେ ଏକତ୍ରିତ ହୋଇଥିଲେ । ଉକ୍ତ ଗ୍ରାମର ପଞ୍ଚାୟତ ସରପଞ୍ଚ ପ୍ରତିନିଧି ଓ ବ୍ଲକ ଅଧ୍ୟକ୍ଷା ଙ୍କ ପ୍ରତିନିଧି ଙ୍କ ଉପସ୍ଥିତିରେ ଉକ୍ତ ସାହିର ନଳକୂପ ଚତୁଃପାର୍ଶ୍ୱ ଓ ମୂଖ୍ୟ ରାସ୍ତା କଡ ସ୍ବେଚ୍ଛାସେବୀ ମାନେ ସଫାକରି ସବୁବେଳେ ପରିଷ୍କାର ରଖିବା ପାଇଁ ଲୋକ ମାନଙ୍କୁ ସଚେତନତା କରାଇଥିଲେ । କାର୍ଯ୍ୟକ୍ରମର ଦ୍ଵିତୀୟ ପର୍ଯ୍ୟାୟର ରେ ଉକ୍ତ ସାହିର କୋଠ ଗୃହ ଠାରେ ଏକ ସ୍ଵତନ୍ତ୍ର ବୈଠକ ଗଞ୍ଜାମ ଜିଲ୍ଲା ଜାତୀୟ ସେବା ଯୋଜନା ର ଯୋଜନା ଅଧିକାରୀ ଅଧ୍ୟାପକ ସୁନିଲ କୁମାର ମୁନି ଙ୍କ ପୌତୋହିତ୍ୟରେ ଅନୁଷ୍ଠିତ ହୋଇଥିଲା ।ଏଥିରେ ମୁଖ୍ୟ ବକ୍ତା ଭାବେ ପ୍ରାକ୍ତନ ଛାତ୍ର ବ୍ରହ୍ମଚାରୀ ବ୍ରହ୍ମାନନ୍ଦ ପ୍ରଧାନ , ସମ୍ମାନିତ ଅତିଥି ଭାବେ ପ୍ରତାପ କୁମାର ଦାଶ ଓ ସନ୍ତୋଷ କୁମାର ଦଳାଇ ଯୋଗଦାନ କରି ରାଷ୍ଟ୍ରୀୟ ଏକତା ଓ ଅଖଣ୍ଡତା ବିଷୟରେ ସ୍ବେଚ୍ଛାସେବୀ ମାନଙ୍କୁ ଉଦବୋଧନ ଦେଇଥିଲେ । କାର୍ଯ୍ୟକ୍ରମ ଅଧିକାରୀ ସଭାର ଉଦ୍ଦେଶ୍ୟ ଜ୍ଞାପନ ସହ ଏକତା ହିଁ ଦେଶର ବଳ ଏହି ଉକ୍ତି ଉପରେ ସ୍ବେଚ୍ଛାସେବୀ ମାନଙ୍କୁ ସାରଗର୍ଭକ ଭାଷଣ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରାୟ ୪୦ ରୁ ଉର୍ଦ୍ଧ ସ୍ବେଚ୍ଛାସେବୀ ଯୋଗ ଦେଇଥିଲେ । ସର୍ବ ଶେଷରେ ସ୍ବେଚ୍ଛାସେବୀ ଦୁର୍ଗା ମାଧବ ନାୟକ ନିମନ୍ତ୍ରିତ ଅତିଥି ଓ ସ୍ବେଚ୍ଛାସେବୀ ମାନଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ ।

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here