ନିଆଁ ଲାଗି ୪ ବଖରା ପାଉଁଶ

0
293

କୋଷାଗୁମୁଡା ( ନ୍ୟୁଜଏକ୍ସଟ୍ରା ) ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ବ୍ଲକ କୋକଡ଼ିସେମଲା ପଞ୍ଚାୟତ ଅନ୍ତର୍ଗତ କଣ୍ଟାସେରଗୁଡା ଗ୍ରାମ ର ତୁଳସୀରମ ଭତ୍ରା ଓ ସିବ ଭତ୍ରା ଙ୍କ ଘରେ ନିଆଁ ଲାଗି ୪ବଖରା ଚାଳ ଛପର ଘର ପାଉଁଶ ହୋଇଯାଇଛି। ସୂଚନାଯୋଗ୍ୟ ତୁଳସୀ ରାମ ଭତ୍ରା ଓ ଶିଵ ଭତ୍ରା ଦୁଇ ଭାଇ କୁଲି ମଜୁରୀ କାମ କରିବାକୁ ସବୁଦିନ ଭଳି ବାହାର କୁ ଚାଲି ଯାଇଥିଲେ । ଘରେ ସ୍ତ୍ରୀ ଓ ପିଲାମାନେ ଥିଲେ । ଦିବା ପ୍ରାୟ ବାରଟା ବେଳେ କୌଣସି ପ୍ରକାରେ ଘରେ ନିଆଁ ଲାଗି ଯାଇଥିଲା । ପଡୋଶୀ ନିଆଁ ଲାଗିବା ଦେଖି ପାଟି ହଟା କରିବାରୁ ଘର ଭିତରୁ ଉଭୟଙ୍କ ସ୍ତ୍ରୀ ଓ ପିଲା ଙ୍କୁ ନେଇ ଜୀବନ ରକ୍ଷା କରିବାକୁ ଯାଇ ବାହାରିଥିଲେ । ତୁରନ୍ତ ପଡୋଶୀ ପାପଡାହାଣ୍ଡି ଅଗ୍ନିଶମ ବିଭାଗ କୁ ଫୋନ କରି ଖବରଦେଇ ଥିଲେ ଓ ନିଜେ ପାଖରୁ ପାଣି ଆଣି ନିଆଁ କୁ ଲିଭାଇବା ପାଇଁ ଚେଷ୍ଟା କରିଥିଲେ । ଅଗ୍ନିଶମ ବିଭାଗ ଆସି ନିଆଁ କୁ ଆୟତ୍ତ କରିବା ବେଳେ ୪ବଖରା ଘର ସମ୍ପୂର୍ଣ୍ଣ ଜଳି ପାଉଁଶ ହୋଇଯାଇଥିଲା । ଘର ଭିତରେ ଥିବା ଚାଉଳ,ଟଙ୍କା,ଜରୁରୀ କାଗଜପତ୍ର ସମ୍ପୂର୍ଣ୍ଣ ଜଳିଯାଇଥିବା, ଦେଖିବାକୁ ମିଳିଛି । ଦୁଇ ପରିବାର ଏହି ଅଗ୍ନିକାଣ୍ଡ ର ଶିକାର ରେ ଶର୍ବସ୍ୱନ୍ତ ହୋଇ ମୁଣ୍ଡରେ ହାତ ଦେଇଥିବା ନଜରକୁ ଆସିଥିବା ବେଳେ କିଭଳି ପରିବାର ର ଭୋରଣ ପୋଷଣ ଓ ଘର ତିଆରି କରିବାକୁ ନେଇ ଚିନ୍ତିତ । ଏହାକୁ ନେଇ ଗ୍ରାମବାସୀ ସରକାର ଙ୍କ ସହାୟତା ଯୋଗାଇଦେବାକୁ ଦାବୀ କରିଛନ୍ତି ।

ରିପୋର୍ଟ – ଯୋଗେନ୍ଦ୍ର ପ୍ରସାଦ ମହାନ୍ତି

LEAVE A REPLY

Please enter your comment!
Please enter your name here