ଆଉ ଏକ ଅନ୍ତର୍ଜାତୀୟ ସମ୍ମାନରେ ସମ୍ମାନିତ ହେବେ ପ୍ରଧାନମନ୍ତ୍ରୀ ମୋଦୀ

0
728

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଦେଶରେ ଯେଉଁ ନୂଆ ‘ସ୍ୱଚ୍ଛ ଭାରତ’ ଅଭିଯାନ ଆରମ୍ଭ କରିଥିଲେ, ତା’କୁ ସମଗ୍ର ବିଶ୍ୱ ପସନ୍ଦ କରିଛି ଓ ସାରା ବିଶ୍ୱରେ ପ୍ରଶଂସା କରାଯାଉଛି। ଚଳିତ ମାସ ଶେଷ ଆଡ଼କୁ ସେ ଆମେରିକା ଗସ୍ତରେ ଗଲେ ତାଙ୍କୁ ବିଲ୍ ଓ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ପକ୍ଷରୁ ସମ୍ମାନିତ କରାଯିବ। ଏହି ବିଷୟରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ତୋମାର ଟ୍ୱିଟରରେ ସୂଚନା ଦେଇଛନ୍ତି । ସେ କହିଛନ୍ତି,ଏହି ପୁରସ୍କାର ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗୌରବର ବିଷୟ । ପ୍ରଥମଥର କ୍ଷମତା ଦଖଲ କରିବା ପରେ ପ୍ରଧାନମନ୍ତ୍ରୀଙ୍କର ଏହି ମହାନ ଉଦ୍ୟମ ଓ ପରିଶ୍ରମ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଉଛି । ଏହା ପୂର୍ବରୁ ମୋଦୀ ପାଇଥିବା ବିଭିନ୍ନ ଅନ୍ତର୍ଜାତୀୟ ସମ୍ମାନ ଗୁଡିକ ହେଲା- କିଙ୍ଗ ହମାଦ ଅର୍ଡର ଅଫ୍ ରିନେସଂସ, ଅର୍ଡର ଅଫ୍ ସେଣ୍ଟେ ଐଣ୍ଡୁ,ବାହାରିନ୍ର ତୃତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ-ଅର୍ଡର ଅଫ୍ ଦି ଡିଷ୍ଟିଂଗାଇଜ୍ ରୁଲ୍ ଅଫ୍ ଇଜ୍ଜୁ୍ଦ୍ଦୀନ,ଋଷ୍ର ସର୍ବୋଚ୍ଚ ନାଗରିକ ସମ୍ମାନ- ଅର୍ଡର ଅଫ୍ ଜାୟେଦ, ଆଫଗାନୀସ୍ତାନର ସର୍ବୋଚ୍ଚ ସମ୍ମାନ-ଅର୍ଡର ଅଫ୍ ଅବ୍ଦୁଲଅଜିଜ୍ ଅଲ ସଉଦ, ଫିଲିସ୍ତାନୀ ପକ୍ଷରୁ ଦିଆଯାଉଥିବା ସର୍ବୋଚ୍ଚ ନାଗରିକ ସମ୍ମାନ-ଷ୍ଟେଟ୍ ଅର୍ଡ ଅଫ୍ ଗାଜି ଅମୀର ଅମାନୁଲ୍ଲାହ ଖାନ, ୟୁଏଇର ସର୍ବୋଚ୍ଚ ନାଗରିକ ସମ୍ମାନ-ଗ୍ରାଣ୍ଡ କାଲର ଅଫ୍ ଦି ଷ୍ଟେଟ ଅଫ୍ ଫିଲିସ୍ତୀନ

LEAVE A REPLY

Please enter your comment!
Please enter your name here