ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଶପଥପାଠ ଉତ୍ସବ ପାଳିତ

0
254

ବ୍ରହ୍ମପୁର :ବ୍ରହ୍ମପୁର ଉପଖଣ୍ଡ ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଆଜି ଠାରୁ ନଭେମ୍ବର ୧ ତାରିଖ ପର୍ଯ୍ୟନ୍ତ ପାଳନ କରାଯିବ | ଏହି ଅବସରରେ ଆଜି ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଉପ-ଜିଲ୍ଲାପାଳ ଶ୍ରୀଯୁକ୍ତ ୱି. କୀର୍ତ୍ତି ୱାସନ୍ ଙ୍କ ଅଧ୍ୟକ୍ଷତାରେ ସମସ୍ତ ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ଶପଥପାଠ କରାଇ ଦୁର୍ନୀତି ନିବାରଣ ଦିଗରେ ସରକାରଙ୍କ ଦ୍ୱାରା କରାଯାଉଥିବା ସମସ୍ତ ବ୍ୟବସ୍ଥାକୁ କଡାକଡି ପାଳନ କରିବା ଉପରେ ଗୁରୁତ୍ୱ ଦେଇଥିଲେ | ଦେଶ ପ୍ରଗତି ପଥରେ ଦୁର୍ନୀତି ବାଧକ ସାଜୁଛି ଏନି ଦୁର୍ନୀତି ସମ୍ପୂର୍ଣ୍ଣ ହଟିଲେ ଦେଶ ପ୍ରଗତି ଦିଗରେ ଆଗେଇବ | ଏ ଦିଗରେ ସମସ୍ତ ନାଗରିକ ଓ ଜନସାଧାରଣ ସଚେତନ ହେବା ଜରୁରୀ |

ଆଜି ଅନୁଷ୍ଠିତ ହୋଇଥିବା ଶପଥପାଠ ଉତ୍ସବରେ ଡେପୁଟି କଲେକ୍ଟର ଶ୍ରୀମତୀ ଶୁଭଶ୍ରୀ ରଥ, ସହକାରୀ ଜିଲ୍ଲାପାଳ ଡି. ମାଲେଶ୍ଵର ପାତ୍ର, ବିନୋଦ କୁମାର ବେହେରା, ପ୍ରଦୀପ କୁମାର ମହାରଣା, ଉପଖଣ୍ଡ ପଞ୍ଚାୟତିରାଜ ଅଧିକାରୀ ଅଶୋକ କୁମାର ପଟ୍ଟନାୟକ, ଉପଖଣ୍ଡ ସ୍ୱଳ୍ପ ସଞ୍ଚୟ ଅଧିକାରୀ ସୁମନା ପଣ୍ଡା, ପ୍ରଶାନ୍ତ କୁମାର ପଣ୍ଡା ଓ କାର୍ଯ୍ୟାଳୟର ସମସ୍ତ ଅଧିକାରୀଗଣ ଶପଥପାଠ ଉତ୍ସବରେ ଉପସ୍ଥିତ ଥିଲେ |

ରିପୋର୍ଟ:ନ୍ୟୁଜ ଏକ୍ସଟ୍ରା ବ୍ୟୁରୋ

LEAVE A REPLY

Please enter your comment!
Please enter your name here