କୋଟିପତି ନିଶା ବ୍ୟବସାୟୀ ରଜନୀକାନ୍ତ କୁ ଅଫିମ ଯୋଗାଉଥିବା ଅଭିଯୋଗ ରେ ଖଲ୍ଲିକୋଟର କବିମନ୍ୟୁ ମହାରଣା ଗିରଫ

0
239

ଖଲ୍ଲିକୋଟ ( ନ୍ୟୁଜଏକ୍ସଟ୍ରା ) : ସାରା ଓଡ଼ିଶାରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ଖୋଜାପଲ୍ଲୀ ଗ୍ରାମର କୋଟିପତି ନିଶା ବ୍ୟବସାୟୀ ରଜନୀକାନ୍ତ ପଟ୍ଟନାୟକଙ୍କ ନିଶା ସାମ୍ରାଜ୍ୟର ଧିରେ ଧିରେ ଗୁମର ଖୋଲୁଛି ଖଲ୍ଲିକୋଟ ପୋଲିସ । ରଜନିକାନ୍ତ କୁ ଅଫିମ ଯୋଗାଉଥିବା ଅଭିଯୋଗ ରେ ଆଜି ଖଲ୍ଲିକୋଟ ଧରାକୋଟ ସାହିର ବ୍ୟବସାୟୀ କବିମନ୍ୟୁ ମହାରଣାଙ୍କୁ ଗିରଫ କରିଛି ପୋଲିସ । ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ କନ୍ଧମାଳରୁ ଗଞ୍ଜେଇ ଓ ଉତ୍ତରପ୍ରଦେଶରୁ ଅଫିମ ଆମଦାନି କରି ରଜନୀକାନ୍ତ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଖୁଚୁରା ଦୋକାନକୁ ଯୋଗାଇବା ସହ ଶହଶହ ଲୋକଙ୍କ ସୁନା ବନ୍ଧକ ରଖି ଚଢ଼ା ସୁଧ ଆଦାୟକରି କୋଟି କୋଟି ଟଙ୍କାର ମାଲିକ ହୋଇଥିଲା । ଖଲ୍ଲିକୋଟରେ ଥିବା ବିଶ୍ବକର୍ମା ଆର୍ୟୁବେଦ ଫାର୍ମାସି ପ୍ରାଇଭେଟ ଲିମିଟେଡ ନାମକ ସଂସ୍ଥାର ମାଲିକ କବିମନ୍ୟୁ ମହାରଣାଙ୍କ ସହ ହାତ ମିଶାଇ କଳା ସାମ୍ରାଜ୍ୟର ବାଦସାହା ପାଲଟିଥିଲା ରଜନୀକାନ୍ତ । ବିଶ୍ବକର୍ମା ଆର୍ୟୁବେଦ ପ୍ରାଇଭେଟ ଲିମିଟେଡ ମାଲିକ କବିମନ୍ୟୁ ମହାରଣା ଆର୍ୟୁବେଦ ଔଷଧ କୁ ଢାଲକରି ରାତା ରାତି କୋଟିପତି ହେବାର ସ୍ବପ୍ନ ଦେଖି ରଜନୀକାନ୍ତଙ୍କୁ ଅଫିମ ଯୋଗାଇବାରେ ସହଯୋଗ କରୁଥିଲେ । ଦୁଇଦିନ ପାଇଁ ରିମାଣ୍ଡରେ ଆସିଥିବା ରଜନୀକାନ୍ତ କଳା ସାମ୍ରାଜ୍ୟର ବହୁ ତଥ୍ୟ ପୋଲିସ କୁ ଦେବା ପରେ ପୋଲିସ ଗତକାଲି ରାତିରେ ଖଲ୍ଲିକୋଟ ସ୍ଥିତ କବିମନ୍ୟୁ ମହାରଣାଙ୍କ ବାସ ଭବନ ଏବଂ ଫାର୍ମ ହାଉସରେ ଚଢ଼ଉ କରି ବିଭିନ୍ନ ଆପତ୍ତି ଜନକ କାଗଜପତ୍ର ଜବତ କରିବା ସହ ଆଜି କବିମନ୍ୟୁଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ ସୂଚନା ଦେଇଛନ୍ତି । ଏ ସମ୍ପର୍କରେ କବିମନ୍ୟୁ ମହାରଣା ବିରୋଧରେ ଖଲ୍ଲିକୋଟ ଥାନା କେସ ନମ୍ବର ୬୪୫/୨୦୨୧ ଏନ ଡି ପି ସି ଆକ୍ଟ ଅନୁଯାୟୀ ମାମଲା ରୁଜ୍ଜୁ ହୋଇଛି । ଗିରଫ କବିମନ୍ୟୁ ମହାରଣାଙ୍କ ଆୟୁର୍ବେଦ ଫାର୍ମାସି ପାଇଁ ଲାଇସେନ୍ସ ଥିଲା ଏବଂ ସେ ମାସକୁ ୨୨ କେଜି ପର୍ଯ୍ୟନ୍ତ ଅଫିମ ଉଠାଇ ପାରୁଥିଲେ । ତେବେ ଆୟୁର୍ବେଦ ଫାର୍ମାସି ପାଇଁ ଅଫିମ ଆଣି ବେଆଇନ ଭାବେ ନିଶା ବେପାରୀ ରଜନୀକାନ୍ତକୁ ଯୋଗାଉଥିଲେ ବୋଲି ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ କହିଛନ୍ତି । ଏହି ମାମଲାରେ ଖଲ୍ଲିକୋଟ ଅଞ୍ଚଳର ଆହୁରି ୧୦ ରୁ ୧୨ ଜଣ ବ୍ୟବସାୟୀ ସମ୍ପୃକ୍ତି ଥିବା ସୂଚନା ମିଳିଛି ।

ରିପୋର୍ଟ:ପ୍ରଦୀପ୍ତ ସାହୁ

LEAVE A REPLY

Please enter your comment!
Please enter your name here