କଳା ଓ କଳାକାର ପ୍ରତିଷ୍ଠାନର ବାର୍ଷିକ ଉତ୍ସବ ଅନୁଷ୍ଠିତ ;ପୌରାଣିକ ଗୀତିନାଟ୍ୟ “ଅପରାଜିତା” ରେ ବିଭୋର ହେଲେ ଦର୍ଶକ

0
285

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସ୍ଥିତ ସ୍ଥାନୀୟ ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ଠାରେ କଳା ଓ କଳାକାର ପ୍ରତିଷ୍ଠାନ ର ବାର୍ଷିକ ଉତ୍ସବ ଆୟୋଜିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଯୋଗଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ । ସାଂମ୍ମାନୀତ ଅତିଥି ରୂପେ ଜିଲ୍ଲା ଉନ୍ନୟନ ସଂସ୍ଥା ର ଅଧ୍ୟକ୍ଷ ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ପୂର୍ବତନ କର୍ପୋରେଟର୍ ଆର୍ ମୁରଲୀ ମୋହନ, ପୂର୍ବତନ ବିଡିଏ ଅଧ୍ୟକ୍ଷ ସୁବାଷ ମହାରଣା, ଜିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀ, ନାଟ୍ୟକାର ଡ.ତ୍ରିପତି ସାହୁ, ସବିତା ଏକ୍ସପୋର୍ଟର ମୁଖ୍ୟ ପରିଚାଳକ ମିଡେନ୍‌ ଭୂୟାଁ ଏବଂ ସ୍ଵସ୍ତିକ୍ କ୍ରିଏଟିଭସ୍ ର ନିର୍ଦ୍ଦେଶିକା ଅନୁଜା ନନ୍ଦ ବିଶ୍ଵାଳ ପ୍ରମୁଖ ଯୋଗଦେଇଥିଲେ । ପ୍ରତିଷ୍ଠାନର ସଭାପତି ଇଂ ଜାମିନୀକାନ୍ତ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଂପାଦକ ଡ. ମିହିର କୁମାର ତ୍ରିପାଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କାର୍ଯ୍ୟକାରୀ ସଭାପତି ଇଂ ମନୋଜ କୁମାର ଦଣ୍ଡପାଟ, ଉପସଭାନେତ୍ରୀ ଉଷାରାଣୀ ମହାପାତ୍ର ଙ୍କ ପରିଚାଳନାରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସହ ସମ୍ପାଦକ ପି.ସୁବାଷ ଚନ୍ଦ୍ର ପାତ୍ର ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି ଅବସରରେ ବରିଷ୍ଠ ରୂପକାର ତେଜରାଜ ପ୍ରଧାନ ଓ ବଳରାମ ମହାପାତ୍ର ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ନାଟ୍ୟକାର ରବି ନାରାୟଣ ବେହେରା ଙ୍କ ରଚିତ ଓ ନିର୍ଦ୍ଦେଶିତ ପୌରାଣିକ ଗୀତିନାଟ୍ୟ “ଅପରାଜିତା” ମଞ୍ଚସ୍ଥ ହୋଇଥିଲା । ଏହି ଗୀତିନାଟ୍ୟଟି କୁ ଉପସ୍ଥିତ ଦର୍ଶକ ମନଭରି ଉପଭୋଗ କରିବା ସହ ଯୁବ କଳାକାର ମାନଙ୍କ ଦ୍ଵାରା ପରିବେଷଣ ଶୈଳୀକୁ ଉଚ୍ଚ ପ୍ରଶଂସା କରିଥିଲେ । ସଙ୍ଗୀତରେ କାହ୍ନୁ ମହାପାତ୍ର, ମଞ୍ଜୁ ନାୟକ, ମଞ୍ଚ ସଜ୍ଜା ନଳିନୀ କାନ୍ତ ଗୌଡ, ରୂପସଜ୍ଜା-ଦୂର୍ଗାପ୍ରସାଦ ଆଚାର୍ଯ୍ୟ, ଜଗନ୍ନାଥ ଚିତ୍ରାଳୟ ଥିବା ବେଳେ ବିଭିନ୍ନ ଭୂମିକାରେ ଜିତୁ, ସାହିଲ୍, ରାକେଶ, ଅରୁଣ, ମାନସ, ସାଗର, ନରହରି,ସୁଭାଷିଶ୍, ଅକ୍ଷୟ, ମନୋଜ, କେ. ବାସୁଦେବ, ସଂସ୍କାର, ନାରାୟଣ, ପ୍ରୟଂଶା, ମଞ୍ଜୁ ଓ ଆଶୀଷା ପ୍ରମୁଖ ବିଭିନ୍ନ ଚରିତ୍ରରେ ଅଭିନୟ କରିଥିଲେ । ରାଜୁ ପାଢୀ, ସୁବୋଧ ପଟ୍ଟନାୟକ, ରବୀନ୍ଦ୍ର କୁମାର ନାୟକ, ସତ୍ୟ ମହାରଣା ଓ ସୁଦାମ ବିଷୋୟୀ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ପ୍ରତିଷ୍ଠାନ ତରଫରୁ ଉପଦେଷ୍ଟା ରମେଶ ମହାପାତ୍ର ଓ ଦୂର୍ଗା ପ୍ରସାଦ ଆଚାର୍ଯ୍ୟ, ନାଟ୍ୟ ସଂଘର ଉପସଭାପତି (ଦକ୍ଷିଣାଞ୍ଚଳ) ର ମନୋଜ ଦଣ୍ଡପାଟ ସହ ସମ୍ପାଦକ ରାମଚନ୍ଦ୍ର ସାସମଲ, ଜିଲ୍ଲା ସଂଯୋଜକ ଡ଼. ମିହିର ତ୍ରିପାଠୀ ଓ ସଙ୍ଗୀତ ନାଟକ ଏକାଡେମୀର ସଦସ୍ୟ ଅନୀଳ ପାତ୍ରଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଦିଆ ଯାଇଥିଲା ।

LEAVE A REPLY

Please enter your comment!
Please enter your name here