ତରେଇପାଟପୁର ଗ୍ରାମରେ ଲାଗିଲା ସିସି କ୍ୟାମେରା ; ରିବନ କାଟି ଉଦଘାଟନ କଲେ ଥାନାଧିକାରୀ

0
199

ଛତ୍ରପୁର : ଚୋରିହାରୀ କୁ ରୋକିବା ସହ ଗ୍ରାମରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ଲାଗି ଛତ୍ରପୁର ଥାନା ଅନ୍ତର୍ଗତ ତରେଇପାଟପୁର ଗ୍ରାମରେ ଗ୍ରାମ ବାସୀ ନିଜସ୍ୱ ଖର୍ଚ୍ଚରେ ଗ୍ରାମ ପରିସରରେ ୫ ଟି ସିସି କ୍ୟାମେରା ଲଗାଇଛନ୍ତି । ଛତ୍ରପୁର ଥାନାର ବିଭିନ୍ନ ସ୍ଥାନରେ ଅପରାଧିଙ୍କ ସଂଖ୍ୟା ହ୍ରାସ କରିବା ଏବଂ ଅପରାଧକୁ ଦମନ କରିବା ପାଇଁ ଥାନା ଅଧିକାରୀ ପ୍ରତ୍ୟେକ ଗ୍ରାମରେ ସିସି କ୍ୟାମେରା ଲଗାଇବା ନିମନ୍ତେ ଅନୁରୋଧ କରିଥିଲେ । ଏହି କ୍ରମେ ମଙ୍ଗଳବାର ଅପରାହ୍ନରେ ଗ୍ରାମର ବିଭିନ୍ନ ସ୍ଥାନରେ ଗ୍ରାମବାସୀ ମାନେ ସିସି କ୍ୟାମେରା ଲଗାଇଥିଲେ । ଏହାକୁ ଛତ୍ରପୁର ଥାନା ଅଧିକାରୀ ସତ୍ୟ ରଂଜନ ପ୍ରଧାନ ମୁଖ୍ୟ ଅତିଥୀ ଭାବେ ଯୋଗଦେଇ ରିବିଟ କାଟି ଉଦଘାଟନ କରିବା ସହିତ ଗ୍ରାମବାସୀଙ୍କ ଏଭଳି କାର୍ଯ୍ୟକୁ ସାଧୁବାଦ ଜଣାଇଛନ୍ତି । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ଯୁବ ବିଜେଡି ସଭାପତି ଟି.ଚନ୍ଦ୍ରଶେଖର ରାଓ, ଛତ୍ରପୁର ପ୍ରେସ କ୍ଲବର ସଭାପତି ପ୍ରଶାନ୍ତ କୁମାର ମହାରଣା , ଛତ୍ରପୁର ଓକିଲ ସଂଘର ଯୁଗ୍ମ ସମ୍ପାଦକ ଟି .ମୋହନ ରାଓ, ଯୁବ ଆଇନଜିବୀ ପି.ଧର୍ମା ରେଡ୍ଡୀ, ଗ୍ରାମ୍ୟ କମିଟି ସଭାପତି ଯୋଗେନ୍ଦ୍ର ବେହେରା, ତ୍ରିନାଥ ବେହେରା, ଡି. ଭେଙ୍କଟରାଓ ଦୋରା, ସୁଦାମ ରାଉଳଙ୍କ ସମେତ ବହୁ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here