ଅଶ୍ଳୀଳ ଫୋଟ ଭାଇରଲ କରି ଯୁବକ ଗିରଫ

0
338

ନବରଙ୍ଗପୁର(କ୍ରିଷ୍ଣା ସାହୁ) ଫେସବୁକରେ ପ୍ରଥମେ ଫ୍ରେଣ୍ଡ ହେଲେ,ପରେ ପ୍ରେମ ନିବେଦନ କଲେ, ନମାନିବାରୁ ମହିଳାଙ୍କ ଫୋଟ ଗୁଡିକୁ ଏଡିଟ କରି ଅଶ୍ଳୀଳ ଫୋଟ ବନାଇ ଭାଇରଲ କଲେ । ସମ୍ପୃକ୍ତ ମହିଳାଙ୍କ ଥାନାରେ ଏତେଲା ପରେ ଅଭିଯୁକ୍ତ ଯୁବକ ଗିରଫ । ଘଟଣା ଅନୁସାରେ ନବରଙ୍ଗପୁର ସହରର ଜଣେ ବିବାହିତ ମହିଳାଙ୍କୁ ପଞ୍ଜାବ ଗୁରୁଦାସପୁର ଜିଲ୍ଲା ବାଗଲପୁର ଗାଁର ଯୁବକ ଫେସବୁକରେ ବନ୍ଧୁତ୍ୱ କରିବାକୁ ଅନୁରୋଧ ପଠାଇଥିଲେ । ମହିଳା ଜଣକ ଯୁବକଙ୍କ ଅନୁରୋଧକୁ ସ୍ୱୀକାର କରିଥିଲେ, ଏହାପରେ ଉଭୟଙ୍କ ମଧ୍ୟରେ ବନ୍ଧୁତ୍ୱ ଗଢି ଉଠିଥିଲା । ଅନେଜ ଦିନ ଯିବାପରେ ଯୁବକ ଜଣକ ମହିଳାଙ୍କୁ ଅନେକ ଥର ପ୍ରେମ ନିବେଦନ କରିଥିଲେ କିନ୍ତୁ ବିବାହିତ ମହିଳା ଜଣକ ଯୁବକର ପ୍ରେମ ନିବେଦନକୁ ଅଗ୍ରାହ୍ୟ କରିଦେଇଥିଲେ । ଏହାପରେ ଯୁବକ ଜଣକ ମହିଳାଙ୍କୁ ଧମକ ଦେଇ ପ୍ରେମ ନିବେଦନ ସ୍ୱୀକାର ନକଲେ ତାଙ୍କ ଫୋଟ ସହ ତାଙ୍କ ପରିବାରର ସମସ୍ତଙ୍କ ଫୋଟ ଗୁଡିକୁ ଅଶ୍ଳୀଳ ଏଡିଟିଙ୍ଗ କରି ଭାଇରାଲ କରିଦେବି ବୋଲି ବ୍ଲାକମେଲିଙ୍ଗ କରିଥିଲେ । ତଥାପି ମହିଳା ଜଣକ ନମାନିବାରୁ ମହିଳାଙ୍କ ଫୋଟ ଗୁଡିକୁ ଏଡିଟିଙ୍ଗ ମାଧ୍ୟମରେ ଅଶ୍ଳୀଳ ରୂପେ ଦର୍ଶାଇ ଫେସବୁକରେ ଭାଇରଲ କରିଥିଲେ। ବିବାହିତ ମହିଳା ଜଣକ କୌଣସି ଉପାୟ ନପାଇ ଶେଷରେ ଏକ ମାସ ତଳେ ନବରଙ୍ଗପୁର ଥାନାର ଦ୍ୱାରସ୍ଥ ହୋଇ ସମ୍ପୃକ୍ତ ଯୁବକଙ୍କ ବିରୋଧରେ ଏତେଲା ଦେଇଥିଲେ। ଏହାର କିଛିଦିନ ପରେ ଯୁବକ ଜଣକ ମହିଳାଙ୍କୁ ପୁଣିଥରେ ଫୋନ କରି ସେ ନବରଙ୍ଗପୁର ଆସିଲେ ତା ସହ ଯିବାପାଇଁ ରାଜି ହେବା ପାଇଁ ପଚାରିବାରୁ ମହିଳା ଜଣକ ଚତୁରତାର ସହ ରାଜି ଥିବା କହିବାରୁ ଯୁବକ ଜଣକ ନବରଙ୍ଗପୁର ଆସିଥିଲା । ଏହାପରେ ସମ୍ପୃକ୍ତ ଯୁବକ ଜଣକ ନବରଙ୍ଗପୁର ପହଞ୍ଚିବା ସୂଚନା ଦେବାପରେ, ମହିଳା ଜଣକ ନବରଙ୍ଗପୁର ପୋଲିସକୁ ଧରି ଯୁବକଙ୍କ ନିକଟରେ ପହଞ୍ଚିବାପରେ ପୋଲିସ ଯୁବକକୁ ଗିରଫ କରିବାରେ ସଫଳ ହୋଇଥିଲା । ଏବେ ପିଡିତା ମହିଳା ଜଣକ ଅଚିହ୍ନା, ଅଜଣା ଯୁବକ ସହ ଫେସବୁକରେ ବନ୍ଧୁତ୍ୱ କରି ପଶ୍ଚାତାପ କରୁଥିବା ବେଳେ ଏଭଳି ଅଭିଯୁକ୍ତକୁ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି । ଏହାସହ ଅନ୍ୟମାନକୁ ମଧ୍ୟ ଏଭଳି ଫେସବୁକ ମାଧ୍ୟମରେ ଅଜଣା ଲୋକଙ୍କ ସହ ବନ୍ଧୁତା ନକରିବାକୁ ଉପଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here