ବାରଘର ଲୋକଙ୍କର ଜୀବନ ଜୀବିକା ପାଇଁ ଗଜପତି ପ୍ରଶାସନର ବ୍ୟାପକ ଉଦ୍ୟମ

0
261

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ଗଙ୍ଗାବାଡ ପଞ୍ଚାୟତର ବାରଘର ଗ୍ରାମକୁ ଗତ ୨୦୧୮ ଅକ୍ଟୋବର ମାସ ୧୦/୧୧/୨୦୧୮,ତାରିଖରେ ହୋଇ ଥିବା ପ୍ରଳୟଙ୍କାରୀ ତଥା ତିତିଲି ସାମୂଦ୍ରିକ ଝଡର ପ୍ରଭାବରେ ବ୍ୟାପକ କ୍ଷତିଗ୍ରସ୍ତ ଘଟିଥିଲା । ଏହି ସାମୂଦ୍ରିକ ଝଡ ସମଗ୍ର ଜିଲ୍ଲାରେ ତାଣ୍ଡବ ରଚି ଥିବା ବେଳେ ଅନେକ ଧନଜୀବନ କ୍ଷତି ଗ୍ରସ୍ତ ହେବା ବେଳେ ଜିଲ୍ଲାର ବିକାଶମୂଳକ କାର୍ଯ୍ୟ ପନ୍ଥାକୁ ବହୁତ ପଛକୁ ଠେଲି ଦେଇଥିଲା । ବିଶେଷ କରି ଗଙ୍ଗାବାଡ ପଞ୍ଚାୟତ ସମେତ ବାରଘର ଗ୍ରାମ ଅଧିକା କ୍ଷତିଗ୍ରସ୍ଥ ହୋଇଥିଲା । ଏପରିକି ବାତ୍ୟା ଏବଂ ବର୍ଷାରୁ ନିଜକୁ ରକ୍ଷା କରିବାକୁ ଯାଇ ୧୬ଲୋକଙ୍କର ପ୍ରାଣହାନୀ ଘଟିଥିଲା । ଏହାପରେ ଜିଲ୍ଲାପ୍ରଶାସନ ଏବଂ ରାଜ୍ୟ ସରକାର ମିଳିତ ଭାବେ ସେମାନଙ୍କର ଆଶ୍ରୟସ୍ଥଳ, ଜିବୀକା ଏବଂ ଶିକ୍ଷାର ଉନ୍ନତି ପାଇଁ ଅହରହ ଉଦ୍ୟମ ଜାରି ରଖିଛନ୍ତି । ଉଲ୍ଲେଖିତ ଗ୍ରାମର ସମସ୍ତ ପରିବାର ପାଇଁ ନୂଆ ବାରଘର ଗ୍ରାମରେ ଜାଗା ଦେବା ସହ ସମସ୍ତଙ୍କ ପାଇଁ ବିଜୁ ପକ୍କାଘର ଯୋଜନାରେ ଘର ସମ୍ପୂର୍ଣ୍ଣ ହୋଇଛି । ଲୋକଙ୍କ ପାଇଁ ପିଇବା ପାଣିର ବ୍ୟବସ୍ଥା ପାଇଁ ସୌର ଶକ୍ତି ମାଧ୍ୟମରେ ଏକ ପାଇପ ଯୋଗେ ଜଳଯୋଗାଣ କାର୍ଯ୍ୟକ୍ରମ କାର୍ଯ୍ୟ କରୁଥିବା ବେଳେ ଦୁଇଗୋଟି ନଳକୂପ ଖନନ କରାଯାଇଛି । ପ୍ରତ୍ୟେକ ଘରକୁ ବିଜୁ ଗ୍ରାମ୍ୟ ଜ୍ୟୋତି ଯୋଜନା ଅଧିନରେ ମାଗଣାରେ ବିଦ୍ୟୁତ ଯୋଗାଣ କାର୍ଯ୍ୟ ସମାପନ ହୋଇଛି । ସେହିପରି ଓଡିଶା ଜିବୀକା ମିଶନ ପକ୍ଷରୁ ଝାଡୁ ଉତ୍ପାଦନ କରୁଥିବା ତିନି ଗୋଟି ସ୍ୱୟଂ ସହାୟକ ଗୋଷ୍ଠିଙ୍କୁ ନେଇ ଏକ ପ୍ରଡ୍ୟୁସର ଗ୍ରୁପ ଗଠନ, ମହାତ୍ମାଗାନ୍ଧି ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ୨୦୨୧-୨୨ ଆର୍ଥିକ ବର୍ଷରେ ୧୪୮୭ କର୍ମନିଯୁକ୍ତି ସୃଷ୍ଟି କରାଯାଇଥିବା ବେଲେ ଏହି ଯୋଜନା ମାଧ୍ୟମରେ ବିଭିନ୍ନ ଜିବୀକା ଉପାର୍ଜନ କରିପାରୁଥିବା ଯୋଜନା ହାତକୁ ନିଆଯାଇଛି । ଉଦ୍ୟାନ ବିଭାଗ ତରଫରୁ ଫୁଡ୍ ବିୟରିଂ ପ୍ଲାଣ୍ଟ ରୋପଣ କରାଯାଉଥିବା ବେଳେ ଅଙ୍ଗନୱାଡି ନିଜସ୍ୱ ଗୃହ କାର୍ଯ୍ୟ ଚାଲୁ ରହିବା, ଗ୍ରାମରେ କୋଠାଘର ନିର୍ମାଣ କାର୍ଯ୍ୟ ସମାପନ ହେବା, ଯୋଗାଯୋଗ ପାଇଁ ମିଶନ ଶକ୍ତି ତରଫରୁ ୧୦ଟି ସ୍ୱୟଂ ସହାୟକ ଗୋଷ୍ଠିଙ୍କୁ ମୋବାଇଲ୍ ବଣ୍ଟନ କରାଯିବା ଆଦି ବିହିତ କାର୍ଯ୍ୟକ୍ରମ ହୋଇସାରିଥିବା ବେଳେ କେତେକର ଅଗ୍ରଗତି ଜାରି ରହିଥିବା ବେଳେ ଜିଲ୍ଲା ପ୍ରଶାସନ ଏହି ଗ୍ରାମବାସୀଙ୍କ ଲାଗି ସମସ୍ତ ଉଦ୍ୟମ ଜାରି ରଖିଛନ୍ତି । ଏହା ସହ ସେମାନଙ୍କର ସମସ୍ତ ଉନ୍ନତି ନିମନ୍ତେ ୧୭ଲକ୍ଷ ଟଙ୍କା ବ୍ୟୟରେ ପ୍ରାଥମିକ ବିଦ୍ୟାଳୟର କୋଠା ନିର୍ମାଣ, ୩୨ଲକ୍ଷ ଟଙ୍କା ବ୍ୟୟରେ ବାରଘର ଗ୍ରାମକୁ ଏକ ରାସ୍ତା ନିର୍ମାଣ, ଛେଳିପାଳନ ପାଇଁ ଜିବୀକା ମିଶନ ତରଫରୁ ଯୋଜନା ପ୍ରସ୍ତୁତ, ସ୍ୱୟଂ ସହାୟକ ଗୋଷ୍ଠି ମାଧ୍ୟମରେ ଷ୍ଟେସନାରୀ ଦୋକାନ, ଗ୍ରୋସେରୀ ଦୋକାନର ଆରମ୍ଭ କରିବାପାଇଁ ଯୋଜନା ଲକ୍ଷ୍ୟଧାର୍ଯ୍ୟ କରାଯାଇଛି ବୋଲି ଜିଲ୍ଲାପ୍ରଶାସନ ସୂଚନା ମିଳିଛି ।

ରିପୋର୍ଟ:ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here