ସମାଜସେବୀ ତଥା ରୋଟାରୀ କ୍ଳବ ସଭାପତିଙ୍କ ମାତୃ ବିୟୋଗ

0
309

ବେଲଗୁଣ୍ଠା:ବେଲଗୁଣ୍ଠାର ବିଶିଷ୍ଟ ସମାଜସେବୀ, ବରିଷ୍ଠ ବିଜେଡି ସଙ୍ଗଠକ ତଥା ଭଞ୍ଜନଗର ରୋଟାରୀ କ୍ଳବ ସଭାପତିଙ୍କ ମା ଭି.ସରୋଜିନୀ ପାତ୍ରଙ୍କ ବିୟୋଗ ଘଟିଛି ।ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା ।ସେ ବେଲଗୁଣ୍ଠା ଅଞ୍ଚଳର ଜଣାଶୁଣା ନାଟ୍ୟକାର ତଥା ନିର୍ଦ୍ଦେଶକ ସ୍ୱର୍ଗତ ଭି.ବାସୁଦେବ ପାତ୍ରଙ୍କ ଧର୍ମପତ୍ନୀ ଥିଲେ ।ସେ ଜଣେ ଧର୍ମପରାୟଣ,ପରୋପକାରୀ ମହିଳା ଥିଲେ ।ତାଙ୍କ ମୃତ୍ୟୁ ବେଲଗୁଣ୍ଠା ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି ।ସେ କିଛି ଦିନ ଧରି ହୃଦୟଜନିତ ରୋଗରେ ପିଡୀତ ଥିଲେ ।ଗତକାଲି ଭୋର୍ ସମୟରେ ସେ ନିଜ ଜ୍ୟେଷ୍ଠ ପୁତ୍ର ଅବସରପ୍ରାପ୍ତ ବୈଜ୍ଞାନିକ ଭି.ଚିତ୍ତରଞ୍ଜନ ପାତ୍ରଙ୍କ ଭୁବନେଶ୍ୱର ବାସଭବନରେ ଶେଷନିଶ୍ୱାସ ତ୍ୟାଗ କରିଥିଲେ ।ଶେଷଶଯ୍ୟା ନିକଟରେ ଜ୍ୟେଷ୍ଠ ପୁତ୍ର ଚିତ୍ତରଞ୍ଜନ, ମଧ୍ୟମ ପୁତ୍ର ଦେବୀ ପ୍ରସାଦ ଓ କନିଷ୍ଠ ପୁତ୍ର ରୁଦ୍ର ଙ୍କ ସମେତ ଝିଅ,ଜ୍ୱାଇଁ ବୋହୂ ଓ ନାତି ନାତୁଣୀ ଉପସ୍ଥିତ ଥିଲେ ।ପୁରୀ ସ୍ୱର୍ଗ ଦ୍ୱାରରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ।ଜ୍ୟେଷ୍ଠ ପୁତ୍ର ଚିତ୍ତରଞ୍ଜନ ମୁଖାଗ୍ନି ଦେଇଥିଲେ ।ତାଙ୍କ ମୃତ୍ୟୁରେ ବେଲଗୁଣ୍ଠା ପ୍ରେସ୍ କ୍ଳବ,ବିଜୁ ଜନତା ଦଳ,ରୋଟାରୀ କ୍ଳବ ଭଞ୍ଜନଗର ତଥା ବିଭିନ୍ନ ଅନୁଷ୍ଠାନ ତରଫରୁ ଗଭୀର ଶୋକବ୍ୟକ୍ତ କରାଯାଇଛି ।ବେଲଗୁଣ୍ଠା ବାସଭବନରେ ତାଙ୍କ ଅନ୍ୟାନ୍ୟ କାର୍ଯ୍ୟକ୍ରମ କରାଯିବ ବୋଲି ତାଙ୍କ ପରିବାର ତରଫରୁ ସୂଚନା ମିଳିଛି । ରିପୋର୍ଟ-ଶିବରାମ ଚୌଧୁରୀ

LEAVE A REPLY

Please enter your comment!
Please enter your name here