ତାରସିଂ ଥାନାଧିକାରୀ ଙ୍କ ମାତୃ ବିୟୋଗ

0
435

ଭଞ୍ଜନଗର: ତାରସିଂ ଥାନାଧିକାରୀ ପ୍ରଦୀପ୍ତ କୁମାର ଦାସ ଙ୍କ ମାଆ ଅନୁସୂୟା ଦାସଙ୍କ ୭୬ ବର୍ଷ ବୟସରେ ନୟାଗଡ ସ୍ଥିତ ନିଜ ବାସଭବନରେ ଶନିବାର ୧୧ ଘଣ୍ଟ ୩୦ ମିନିଟ ସମୟରେ ପରଲୋକ ଘଟିଛି। ସ୍ୱର୍ଗତା ଦାସ ଦୀର୍ଘ ଦିନ ଧରି କିଡିନୀ ଜନିତ ରୋଗରେ ଆକ୍ରାନ୍ତ ଥିଲେ।ଶନିବାର ବୃଦ୍ଧାବସ୍ଥା କାରଣରୁ ତାଙ୍କର ପରଲୋକ ଘଟିଛି। ସେ ଜଣେ ଧର୍ମ ପରାୟଣ,ପରୋପକାରୀ ଓ ମେଳାପୀ ମହିଳା ଥିଲେ। ତାଙ୍କ ବିୟୋଗରେ ଶୋକର ଛାୟା ଖେଳି ଯାଇଥିବା ବେଳେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ କରିଥିଲେ । ଦୁଇ ପୁଅ,ଝିଅ ସମେତ ପରିବାର ବର୍ଗ ଓ ଆତ୍ମୀୟ ସଜନ ଉପସ୍ଥିତ ଥିଲେ। ବଡପୁଅ ପ୍ରଦୀପ୍ତ ମୁଖାଗ୍ନି ଦେଇଥିଲେ।

ରିପୋର୍ଟ : ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here