କଂଗ୍ରେସ ରୁ ପ୍ରଦୀପ ମାଝୀ ଙ୍କ ଇସ୍ତଫା ଦେବା ପରେ କଂଗ୍ରେସ କାର୍ଯ୍ୟାଳୟ ଠାରେ ସାମ୍ବାଦିକ ସମ୍ମିଳନୀ

0
616

ଡାବୁଗାଁ (ନ୍ୟୁଜ୍ ଏକ୍ସଟ୍ରା) ପ୍ରଦୀପ ମାଝୀ ଙ୍କ ଇସ୍ତଫା ପରେ ନବରଙ୍ଗପୁର ଜିଲ୍ଲା କଂଗ୍ରେସ ସଭାପତି ଙ୍କ ପ୍ରତିକ୍ରିୟା । ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ପ୍ରଦୀପ ମାଝୀ ଙ୍କୁ ଦଳ ବହିଷ୍କାର କରିବା ପୂର୍ବରୁ ପ୍ରଦୀପ ଦେଇଛନ୍ତି ଇସ୍ତଫା । କଂଗ୍ରେସ ରୁ ପ୍ରଦୀପ ମାଝୀ ଙ୍କ ଇସ୍ତଫା ପରେ ନବରଙ୍ଗପୁର ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏନେଇ ପ୍ରକାଶ କରିଛନ୍ତି ରାଜ୍ୟ କଂଗ୍ରେସ ଉପସଭାପତି ତଥା ନବରଙ୍ଗପୁର ଜିଲ୍ଲା କଂଗ୍ରେସ ଅବଜର୍ଭର ନକୁଳ ନାୟକ । ବିଭିନ୍ନ ସମୟରେ ଗଣ ମାଧ୍ୟମ ରେ ଦଳ ବିରୋଧୀ ପ୍ରତିକ୍ରିୟା ଦେଉଥିବା ନେଇ ଦଳୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାପାଇଁ ରାଜ୍ୟ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର ଙ୍କ ନିର୍ଦେଶରେ ସେ ନବରଙ୍ଗପୁର ଆସିଥିଲେ । ଦଳୀୟ କାର୍ଯ୍ୟାନୁଷ୍ଠାନ ନେବା ପୂର୍ବରୁ ସୌଜନ୍ୟତା ଦୃଷ୍ଟିରୁ ତାଙ୍କୁ ଦଳ ରୁ ଇସ୍ତଫା ଦେବା ପାଇଁ ନିର୍ଦେଶ ଦିଆଯାଇଥିବା ପ୍ରକାଶ କରିଛନ୍ତି ରାଜ୍ୟ କଂଗ୍ରେସ ଉପସଭାପତି ନକୁଳ ନାୟକ । ଏନେଇ ଜିଲ୍ଲା କଂଗ୍ରେସ ପ୍ରଦୀପ ମାଝୀ ଙ୍କ ଇସ୍ତଫା ପରେ ସରଗରମ ହୋଇଉଠିଛି ନବରଙ୍ଗପୁର ରାଜନୀତି । କଂଗ୍ରେସ ଦଳରେ ଜନସେବା କରିବା ର ସୁଯୋଗ ମିଳିଲା ନାହିଁ ବୋଲି ପ୍ରଦୀପ ନିଜ ଇସ୍ତଫା ରେ ଉଲ୍ଲେଖ କରିବା ପରେ କଂଗ୍ରେସ ତାଙ୍କୁ ଜନସେବା କରିବା ପାଇଁ ଅନେକ ସୁଯୋଗ ଦେଇଥିବା ବେଳେ ଦଳ ଆଉ କିଭଳି ଦାୟିତ୍ୱ ଦେଇଥାନ୍ତା ବୋଲି ଜିଲ୍ଲା କଂଗ୍ରେସ ସଭାପତି କଟାକ୍ଷ କରିଛନ୍ତି । କଂଗ୍ରେସ ଦଳ ପ୍ରଦୀପ ମାଝୀ ଙ୍କ ରାଜନୈତିକ କ୍ୟାରିଅର କୁ ଜନ୍ମ ଦେଇଥିବା ବେଳେ ସେ ଦଳ ଛାଡିବା ପରେ ଦଳ ର କୌଣସି ପ୍ରଭାବ ପଡିବ ନାହିଁ ବରଂ ନୂତନ ନେତା ଙ୍କୁ ଦଳ ଜନ୍ମ ଦେବ ବୋଲି କହିଛନ୍ତି ଜିଲ୍ଲା କଂଗ୍ରେସ ସଭାପତି । ଏହାସହ ନିଜ ଇସ୍ତଫା କୁ ନେଇ ପ୍ରଦୀପ ଦୁଃଖ ର ସହ ଦଳ ଛାଡୁଥିବା ନେଇ ଇସ୍ତଫା ପତ୍ର ରେ ଉଲ୍ଲେଖ କରିଥିବା ବେଳେ ସେ ବିଭିନ୍ନ ଉଚ୍ଚ ପଦପଦବୀରେ ରହି ଦଳ ତ୍ୟାଗ କରିବା ପରେ କଂଗ୍ରେସ କର୍ମୀ ଙ୍କୁ ଧୋକା ଦେଇଛନ୍ତି ଓ ସାଧାରଣ କଂଗ୍ରେସ କର୍ମୀ ଏଥିପାଇଁ ଦୁଃଖ ପ୍ରକାଶ କରିଥିବା ନିଜ ପ୍ରତିକ୍ରିୟା ରେ କହିଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ମୁନ୍ନା ତ୍ରିପାଠୀ । ତେବେ ତାଙ୍କ ଦଳ ଛାଡ଼ିବା ନେଇ ଜିଲ୍ଲା କଂଗ୍ରେସ ରେ କୌଣସି ପ୍ରଭାବ ପଡିବ ନାହିଁ ବୋଲି ସେ କହିଛନ୍ତି ।
ରିପୋର୍ଟ -ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here