ରେଳବାଇ ପୋଲିସ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

0
294

ବ୍ରହ୍ମପୁର(ପ୍ରଣୟ ପଣ୍ଡା) ବ୍ରହ୍ମପୁର ରେଳବାଇ ପୋଲିସ ଥାନା ପକ୍ଷରୁ ଉପ-ନିରୀକ୍ଷକ ସି.କେ. ତିୱାରୀଙ୍କ ନେତୃତ୍ୱରେ ରେଳବାଇ ପୋଲିସ କର୍ମଚାରୀ ବୃନ୍ଦଙ୍କ ଦ୍ଵାରା ବିଭିନ୍ନ ସ୍ଥାନରେ ରେଳ ଯାତ୍ରାର ସୁରକ୍ଷା ସହ କୋଭୋଡ଼ ସଂକ୍ରମଣ ରୋକିବା ବିଷୟନେଇ ଏକ ସଚେତନତା କାର୍ଯ୍ୟକ୍ରମ ଫେବୃଆରୀ ୧୧ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ଏନେଇ ରେଳ ଯାତ୍ରୀ ଓ ଜନସାଧାରଣଙ୍କ ମଧ୍ୟରେ ଆଙ୍କୁଲି ଗେଟ, ରାମାନଗର ଲେଭେଲ କ୍ରସିଂ ଓ ବ୍ରହ୍ମପୁର ଆଇ.ଟି.ଆଇ. ରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଚଳନ୍ତି ଟ୍ରେନକୁ ଢେଲା ଫିଙ୍ଗିବା ଦ୍ୱାର କଣ କ୍ଷତି ଘଟୁଛି, ଚଳନ୍ତି ଟ୍ରେନରେ ଚଢ଼ିବା ଦ୍ୱାର ଓ ଗେଟ ମୁହଁରେ ଛିଡାହେବା ଦ୍ୱାରା କିପରି ଦୁର୍ଘଟଣା ଘଟୁଛି ଜନସାଧାରଣ ଓ ରେଳଯାତ୍ରୀ ମାନଙ୍କୁ ବୁଝାଇ ସଚେତନତା କରାଇଥିଲେ। ରେଳଯାତ୍ରା ସମୟରେ ଯେକୌଣସି ବିପତ୍ତି ସମୟରେ ଟୋଲ ଫ୍ରି ନମ୍ବର ୧୩୯ କୁ କଲ କରି ଅଭିଯୋଗ ଜଣାଇଲେ ରେଳ ବିଭାଗ ପକ୍ଷରୁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଯାତ୍ରୀଙ୍କୁ ସଚେତନ କରାଇଥିଲେ। ଗୋଟିଏ ପ୍ଲାଟଫାର୍ମରୁ ଅନ୍ୟ ପ୍ଲାଟଫାର୍ମକୁ ଗଲାବେଳେ ରେଳ ଧାରଣା ଦେଇ ନଯାଇ ପାଦାଚଲା ଓଭେର ବ୍ରିଜ ଦେଇ ଯିବାକୁ ବୁଝାଇଥିଲେ। ବାହାର ବ୍ୟକ୍ତି ଠାରୁ ଟିକେଟ ନକିଣି ହାତ ସାନିଟାଇଜର କରି ସାମାଜିକ ଦୂରତା ବଜାୟ ରଖି ଓ ମାକ୍ସ ପିନ୍ଧି ଟିକେଟ କାଉଣ୍ଟରରୁ ଟିକେଟ କିଣିବା ଦ୍ୱାର ଆମେ କୋଭିଡ ସଂକ୍ରମଣରୁ ରକ୍ଷା ପାଇପାରିବା ସହ ଠକେଇ ରୁ ରକ୍ଷା ପାଇବା ବୋଲି ପରାମର୍ଶ ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here