ହିନ୍ଦୁଙ୍କ ଉପରେ ଆକ୍ରମଣ ପ୍ରତିବାଦରେ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ସ୍ମାରକପତ୍ର ପ୍ରଦାନ

0
266

ଭଞ୍ଜନଗର:ଦିନକୁ ଦିନ ହିନ୍ଦୁମାନଙ୍କ ଉପରେ ବିଭିନ୍ନ ଦେଶରେ ଆକ୍ରମଣ ବୃଦ୍ଧି ପାଇବାରେ ଲାଗିଛି।ଯାହା ଫଳରେ ସେମାନେ ସେଠାରେ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି। ଏହାର ପ୍ରତିବାଦ ଓ ସରକାରଙ୍କ ହସ୍ତକ୍ଷେପ ଦାବୀ କରି ଭଞ୍ଜନଗର ବିଶ୍ବହିନ୍ଦୁ ପରିଷଦ ତରଫରୁ ଶୁକ୍ରବାର ଏକ ଶୋଭାଯାତ୍ରା ସହର ପରିକ୍ରମା କରିବା ସହ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ବିକାଶ କୁମାର ଭୋଇଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ।ଏହି ଦାବୀ ଗୁଡିକ ମଧ୍ୟରେ ଗତ ଏକ ସପ୍ତାହ ହେଲା ଦୁର୍ଗାପୂଜା ସମୟରେ ପଡୋଶୀ ବାଂଲାଦେଶର ୨୨ଜିଲ୍ଲାରେ ପ୍ରାୟ ୧୫୦ରୁ ଅଧିକ ପୂଜା ମଣ୍ଡପକୁ ନଷ୍ଟଭ୍ରଷ୍ଟ କରିବା ଏବଂ ହିନ୍ଦୁମାନଙ୍କ ମନ୍ଦିର ଓ ଧର୍ମାନୁଷ୍ଠାନରେ ପଶି ଦେବାଦେବୀଙ୍କ ମୂର୍ତ୍ତିକୁ ଭଙ୍ଗା ରୁଜା କରିବା ସହ ମହିଳାଙ୍କୁ ବଳାତ୍କାର,ହତ୍ୟା, ଲୁଟ ତରାଜ,ଆକ୍ରମଣ ଓ ଅଗ୍ନିକାଣ୍ଡ ଘଟାଇ ଥିଲେ।ଏହି ଘଟଣାରେ ପ୍ରାୟ ୧୧ଜଣ ହିନ୍ଦୁଙ୍କ ପ୍ରାଣହାନି ଘଟିଛି।ତେଣୁ ବାଂଲାଦେଶ ସରକାର ତୁରନ୍ତ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର ଓ ଆକ୍ରମଣ ବନ୍ଦ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଭାରତ ସରକାର ମଧ୍ୟ ହିନ୍ଦୁ ମାନଙ୍କୁ ସୁରକ୍ଷା ଯୋଗାଇବା ପାଇଁ ଚାପ ପ୍ରୟୋଗ କରନ୍ତୁ। ଏହି ଘଟଣାର ପୁନରାବୃତ୍ତି ନକରିବା ଓ ଆକ୍ରମଣକାରୀଙ୍କୁ ଗିରଫ କରିବା ପାଇଁ ବିଶ୍ବହିନ୍ଦୁ ପରିଷଦ ଜଣାଇଛି।ଏଥିରେ ମୁରଲୀ ଧର ପଣ୍ଡା, ଅମ୍ବିକା ପ୍ରସାଦ ଦାଶ,ସୁଧୀର କୁମାର ନାୟକ, ଲଷ୍ମୀ ନାରାୟଣ ପାତ୍ର,ବଟ କୃଷ୍ଣ ପଣ୍ଡା, ସୂର୍ଯ୍ୟ କୁମାର ସାହୁ, ଶିବାନନ୍ଦ ମହାପାତ୍ର ଓ ବଜରଙ୍ଗ ଦଳର ଅନେକ କର୍ମୀ ଉପସ୍ଥିତ ଥିଲେ।

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here