ଦୁଇଗୁଣ ହେଲା ପିଆଜ ଦର ,ସରକାର ଗ୍ରହଣ କଲେ ଏହି ପଦକ୍ଷେପ

0
665

ନୂଆଦିଲ୍ଲୀ (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ସାରା ଦେଶରେ ପିଆଜ ଦର ଏବେ ଅହେତୁକ ବୃଦ୍ଧି ପାଇଛି । ଏହାର ଖୁଚୁରା ଓ ପାଇକାରୀ ଦର ବୃଦ୍ଧି ପାଇଛି । ରାଜଧାନୀ ଭୁବନେଶ୍ୱରରେ ପିଆଜ ଦର କିଲୋପ୍ରତି ୩୦ ଟଙ୍କା ଛୁଇଁଲାଣି । ମହାରାଷ୍ଟ୍ରରେ ବର୍ଷା ଓ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବାରୁ ପିଆଜ ଦର ବୃଦ୍ଧି ପାଇଥିବା ଆଶଙ୍କା କରାଯାଉଛି ।ଦିଲ୍ଲୀରେ ଏବେ ସଫଲ ଷ୍ଟୋରମାନଙ୍କର ପିଆଜ ଦର କିଲୋପ୍ରତି ୨୩.୯୦ ପଇସା ରହିଛି । ଖୁଚୁରା ବଜାରରେ ପିଆଜ ଦର ୩୦ରୁ ୪୦ ଟଙ୍କା ରହିଛି ।
ପିଆଜ ଦର ବୃଦ୍ଧି ପାଇବା ପରେ ସରକାର କେନ୍ଦ୍ର ସରକାର ଦର ନିୟନ୍ତ୍ରଣ ପାଇଁ କେତକ ପଦକ୍ଷେପ ଗ୍ରହଣ କରିଛନ୍ତି । ପିଆଜକୁ କଳାବଜରୀ ରୋକିବା ପାଇଁ ଲାଭଖୋର ବ୍ୟବସାୟୀଙ୍କ ଉପରେ ନିୟନ୍ତ୍ରଣ କରିବା ପାଇଁ ପ୍ରଚେଷ୍ଟା ଆରମ୍ଭ ହୋଇଛି। ଏହାର ହୋର୍ଡିଂ କରୁଥିବା ବ୍ୟବସାୟୀଙ୍କ ନାମରେ ମାମଲା ରୁଜି କରିବା ପାଇଁ ନିର୍ଦେଶ ଦିଆଯାଇଛି।ଲାଭ ଆଶାରେ ବ୍ୟବସାୟୀମାନେ ଯେପରି ପିଆଜ ହୋର୍ଡିଂ କରିପାରିବେନାହିଁ ସେ ପ୍ରତି ଦୃଷ୍ଟି ରଖାଯାଇଛି ।

LEAVE A REPLY

Please enter your comment!
Please enter your name here