ବାଉଁଶଲୁଣ୍ଡିରେ ମା ଗଜଲକ୍ଷ୍ମୀଙ୍କ ପୂଜା

0
259

ଭଞ୍ଜନଗର : ଭଞ୍ଜନଗର ନିକଟସ୍ଥ ବାଉଁଶଲୁଣ୍ଡି ଠାରେ ମା ଗଜଲକ୍ଷ୍ମୀଙ୍କ ପୂଜା କାଯ୍ୟ କୋଭିଡ କଟକଣା ନିୟମ ଅନୁଯାୟୀ ଚାଲିଛି। ପୂଜା ମଣ୍ଡପ ରେ ବହୁ ଶ୍ରଦ୍ଧାଳୁ ମା’ ଙ୍କ ଦର୍ଶନ ପାଇ ନିଜକୁ ଧନ୍ୟ ମନେ କରୁଥିବା ପରିଲକ୍ଷିତ ହୋଇଛି। ସାନ୍ଧ୍ୟ ଆଳତୀ ରେ ବହୁ ମହିଳା ଙ୍କ ସମାଗମ ସହିତ ଘଣ୍ଟ ମୃଦଙ୍ଗ ହୁଳହୁଳି ରେ ମଣ୍ଡପ ପ୍ରକମ୍ପିତ ହେଉଛି। ବାଉଁଶଲୁଣ୍ଡି ପୂଜା କମିଟି ପକ୍ଷରୁ ୧୪ବର୍ଷ ଧରି ଏହି ପୂଜା ପାଳିତ ହୋଇ ଆସୁଛି। ବିଭିନ୍ନ ପ୍ରକାର ର ଆଲୋକ ସଜ୍ଜାରେ ମା’ ଙ୍କ ମୁଖ ମଣ୍ଡଳ ଝଲସି ଉଠୁଛି। ପରିଚାଳନା କମିଟି ସଦସ୍ୟ ମାନେ ଏଥିରେ ସହଯୋଗ କରୁଛନ୍ତି।

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here