ଗାଁ ଠାକୁରାଣୀ ଖଣ୍ଡୁଆଳୀ ମନ୍ଦିର ପ୍ରତିଷ୍ଠାର ବାର୍ଷିକ ଉତ୍ସବ ଯୋଗଦେଲେ ବିଧାୟକ

0
173

ଛତ୍ରପୁର : ଛତ୍ରପୁର ବ୍ଲକ ଅନ୍ତର୍ଗତ କୁମାରବେଗପଲ୍ଲୀ ଗାଁ ଠାକୁରାଣୀ ଖଣ୍ଡୁଆଳୀ ମନ୍ଦିର ପ୍ରତିଷ୍ଠାର ବାର୍ଷିକ ଉତ୍ସବ ମହାସମାରୋହରେ ଶେଷ ହୋଇଛି । ତିନିଦିନଧରି ଚାଲିଥିବା କାର୍ଯ୍ୟକ୍ରମରେ ଗତକାଲି ଶେଷ ଦିନରେ ରାମାୟଣ ନାଟକ ମଂଚସ୍ଥ ହୋଇଥିଲା । କାର୍ଯ୍ୟକ୍ରମକୁ ସ୍ଥାନୀୟ ବିଧାୟକ ସୁବାସ ଚନ୍ଦ୍ର ବେହେରା ଯୋଗଦେଇ ଏହାର ଶୁଭାରମ୍ଭ କରିବା ସହ ମନ୍ଦିର ପରିଦର୍ଶନ କରି ଗ୍ରାମବାସୀ ଓ ମନ୍ଦିର କମିଟି ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ଯୁବ ଆଇନଜୀବି ତଥା ଛତ୍ରପୁର ଓକିଲ ସଂଘର ସଂପାଦକ ଏଲ.ଗୋପାଳ ରାଓ,ପୂର୍ବତନ ସରପଂଚ କନ୍ଧ ସ୍ୱାଇଁ, ପିତାମ୍ବର ପଣ୍ଡା, ରମେଶ ସ୍ୱାଇଁ, ମୁନା ପରିଡା, ମୋହନ ଦାସ ଙ୍କ ସମେତବହୁ ଗ୍ରାମବାସୀ ଓ ପୂଜାକମିଟି ସଦଶ୍ୟମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here