ଗଞ୍ଜେଇ ଚୋରା ଚାଲାଣ ବେଳେ, ଦମ୍ପତ୍ତିଙ୍କୁ ଗଜପତି ପୁଲିସ ଗିରଫ କରିଛନ୍ତି

0
268

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ରାଇପଙ୍କା ଗ୍ରାମାଞ୍ଚଳରେ ଅଡବା ଥାନା ପକ୍ଷରୁ ପୁଲିସ ପେଟ୍ରୋଲିଂ ସମୟରେ ଯାନବାହନ ଯାଞ୍ଚ କରିବା ସମୟରେ ଏକ ମାରୁତି ୱଗନର କାର ଅଟକାଇ ଛାଞ୍ଚ କରିବା ବେଳେ ସେଥିରୁ ଗଞ୍ଜେଇ ଜବତ କରାଯାଇଥିବାର ଜଣାପଡିଛି । ଗତକାଲି ଅଡବା ଥାନା ଅଧିକାରୀ ଆନନ୍ଦଚନ୍ଦ୍ର ପାତ୍ର, ଅଡବା ପୋଲିସ ଟିମ୍ କୁ ଧରି ପେଟ୍ରୋଲିଂ ସମୟରେ କାର ରେ ଗଞ୍ଜେଇ ଥିବାର ଦେଖିବାକୁ ପାଇଥିଲେ । ଏହାକୁ ଓଜନ କରିବାରୁ ତାହାର ଆନୁମାନିକ ୫୮.୩୦୦କେଜି ବୋଲି ଜଣାପଡିଥିଲା । ଏହା ସହ ଘଟଣାରେ ସମ୍ପୃକ୍ତ କାରରେ ଥିବା ଦମ୍ପତ୍ତିଙ୍କୁ ଗିରଫ କରାଯାଇ ଘଟଣାରେ ବ୍ୟବହୃତ ହୋଇଥିବା କାର ନମ୍ବର ଏଲ. ୭ସିଏଚ୍‌୨୧୧୩ ଟିକୁ ଜବତ ମଧ୍ୟ କରାଯାଇଥିବାର ସୂଚନା ମିଳିଛି ଯାହା କି ଗିରଫ ଦମ୍ପତ୍ତି ହେଲେ ମୁନ୍ନା ସେନାପତି ଏବଂ ତାଙ୍କ ପତ୍ନୀ ଲଳିତା ସେନାପତି । ଏହା ସହ ସେମାନଙ୍କ ଠାରୁ ଦୁଇଟି ମୋବାଇଲ ସହିତ ନଗଦ ୪୦୦ଟଙ୍କା ମଧ୍ୟ ଜବତ କରାଯାଇଥିବାର ଅଡବା ଥାନା ପକ୍ଷ‌ରୁ ପ୍ରକାଶ ପାଇଛି ଏନେଇ ଅଡବା ଥାନାରେ ୧୧୪/୨୧ରେ ଏନ୍‌ଡିପିଏସ୍ ଆକ୍ଟ ଅନୁଯାୟୀ ମାମଲା ରୁଜୁ ସୋଇଥିବା ସୂଚନା ମିଳିଛି।

ରିପୋର୍ଟ:ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here