ବେଲଗୁଣ୍ଠା-ଜଗନ୍ନାଥ ପ୍ରସାଦ ରୋଡ୍ ବରଗାଁ ଠାରେ ଡାଲା ଗାଡି ମୁହାଁମୁହିଁ ଧକ୍କା ,ଯୁବକ ମୃତ

0
242

ବେଲଗୁଣ୍ଠା:ବେଲଗୁଣ୍ଠା-ଜଗନ୍ନାଥ ପ୍ରସାଦରୋଡ୍ ବରଗାଁ ଠାରେ ଏକ ବାଇକ୍ ଓ ଡାଲା ଗାଡି ମୁହାଁମୁହିଁ ଧକ୍କା ଫଳରେ ବାଇକ୍ ଚାଳକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।ମିଳିଥିବା ଖବର ଅନୁସାରେ,ସଂଧ୍ୟା ୬.୩୦ ମିନିଟ ସମୟରେ ମିଥୁନ ନାଇକ ନାମକ ଜଣେ ଯୁବକ ଏକ ପଲସର୍ ୨୨୦ ବାଇକ୍ (ଓଡି-୩୨ଡି-୪୩୯୮) ବେଲଗୁଣ୍ଠାରୁ ବିଡିପୁର ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ଡାଲା ଅଶୋକ ଲେଲାଣ୍ଡ୍ ଗାଡି (ଓଡି-୩୨ଏ-୫୫୫୭) ସହିତ ମୁହାଁମୁହିଁ ଧକ୍କା ହୋଇଥିଲା ।ଘଟଣା ସ୍ଥଳରେ ମିଥୁନଙ୍କ ଗୋଡ, ହାତ ଓ ମୁହଁକୁ ଗୁରୁତର ଆଘାତ ଲାଗିଥିବା ବେଳେ ତାଙ୍କର ପକେଟରେ ଥିବା ମୋବାଇଲଟି ଫାଟି ଜଳିଯାଇଥିଲା ।ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ଚି ଦେଖିବା ବେଳକୁ ମିଥୁନଙ୍କ ମୃତ୍ୟୁ ହୋଇଯାଇଥିଲା ।ବେଲଗୁଣ୍ଠା ଥାନାଧିକାରୀ ପ୍ରକାଶ କୁମାର ସାହୁ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ଭଞ୍ଜନଗର ବ୍ୟବଛେଦ ପାଇଁ ପଠାଇଥିଲେ ।ଦୁର୍ଘଟଣା ଗ୍ରସ୍ତ ଡାଲା ଗାଡି ଓ ବାଇକ୍ ଜବତ ହୋଇଥିବାବେଳେ ବେଲଗୁଣ୍ଠା ପୋଲିସ ଘଟଣାର ତଦନ୍ତ କରୁଥିବା ଥାନାଧିକାରୀ ଶ୍ରୀ ସାହୁ ଜଣାଇଛନ୍ତି ।

ରିପୋର୍ଟ-ଶିବରାମ ଚୌଧୁରୀ

LEAVE A REPLY

Please enter your comment!
Please enter your name here