ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଆସ୍କାରୋଡ ରେ ବାର୍ଷିକ ଉତ୍ସବ ପାଳିତ

0
230

ଵ୍ରହ୍ମପୁର: ସରକାରୀ ପୌର ପାଳିକା ବାଳିକା ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଶ୍ରୀ ବିଜୟ କୁମାର ବେହେରା ଙ୍କ ପୌରହିତ୍ୟ ରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ବ୍ରହ୍ମପୁର ମହାନଗର ନିଗମ ମେୟର ଶ୍ରୀମତି ସଂଘମିତ୍ରା ଦଳାଇ ମୁଖ୍ୟ ଅତିଥି , ମୁଖ୍ୟବକ୍ତା ଭାବେ ଅତିରିକ୍ତ ଶିକ୍ଷା ଅଧିକାରୀ ରାଜେଶ ପ୍ରଧାନ, ସମ୍ମାନିତ ଅତିଥି ଭାବେ ସର୍ବଶ୍ରୀ ବ୍ରିଗାଡିୟ ଅରୁଣ ପାଢ଼ୀ, କର୍ପୋରେଟର ପଦ୍ମିନୀ ମିଶ୍ର, କାହ୍ନୁ ଚରଣ ପାତ୍ର, ହିମାଂଶୁ ପଟ୍ଟନାୟକ, ରାକେଶ ସାହୁ, ଅଶୋକ କୁମାର ଦଳାଇ, ଲିଙ୍ଗରାଜ ସ୍ୱାଇଁ ଯୋଗଦେଇ ଛାତ୍ରୀମାନେ କିପରି ଦେଶ ଗଠନରେ ମୁଖ୍ୟ ଭୂମିକା ନିଭାଇବା ସହ ସମାଜରେ ଜଣେ ଭଲ ମଣିଷ ହୋଇପାରିବେ, ତାଙ୍କ ବକ୍ତବ୍ୟ ରେ ଆହ୍ବାନ ଦେଇଥିଲେ। ପ୍ରଧାନ ଶିକ୍ଷକ ବାର୍ଷିକ ବିବରଣୀ ପଠନ କରିଥିବାବେଳେ ସଂସ୍କୃତ ଶିକ୍ଷୟିତ୍ରୀ ଶ୍ରୀମତୀ ସୁଷମା ସାହୁ ବେଦପାଠ କରିଥିଲେ, ବିଦ୍ୟାଳୟର ଶିକ୍ଷୟିତ୍ରୀ ଶ୍ରୀମତି ମିନତି ତ୍ରିପାଠୀ ଅତିଥି ପରିଚୟ ପ୍ରଦାନ କରିଥିଲେ, ଶିକ୍ଷକ ଦୁଃଖିଶ୍ୟାମ ପ୍ରଧାନ ପ୍ରାରମ୍ଭିକ ସଙ୍ଗୀତରେ ସଂଯୋଜନ କରିଥିଲେ। ବିଦ୍ୟାଳୟର ଶିକ୍ଷୟିତ୍ରୀ ଶ୍ରୀମତୀ ଗୀତାଞ୍ଜଳି ପ୍ରଧାନ, ଶ୍ରୀମତି ସଂଯୁକ୍ତା ପାଢ଼ୀ ଓ ଅନ୍ୟ କର୍ମଚାରୀ ବନ୍ଦନା ତ୍ରିପାଠୀ, ଜିତେନ୍ଦ୍ର ପଣ୍ଡା, ପ୍ରତିଭା ଦେବୀ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।
ପୂର୍ବରୁ ବିଭିନ୍ନ ପ୍ରତିଯୋଗିତାରେ ଯୋଗ୍ୟତା ହାସଲ କରିଥିବା ଛାତ୍ରୀ ମାନେ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ଗ୍ରହଣ କରିଥିଲେ। ଶେଷରେ ବିଦ୍ୟାଳୟର ଛାତ୍ରୀମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରି ଦର୍ଶକଙ୍କ ମନ ମୋହିଥିଲେ। ପରିଶେଷରେ ବରିଷ୍ଠ ଶିକ୍ଷୟିତ୍ରୀ ମିନତି ତ୍ରିପାଠୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here