ଚିନ୍ମୟ ଦଳାଇ ପିତାଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ଫଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

0
297

ବ୍ରହ୍ମପୁର : ‘ବିପଦର ବନ୍ଧୁ’ ଅନୁଷ୍ଠାନ ଓଡ଼ିଶା ସଂଗଠନ ସଦସ୍ୟ ଚିନ୍ମୟ ଦଳାଇଙ୍କ ତରଫରୁ ଏବଂ ଅନୁଷ୍ଠାନ ର ସଦସ୍ୟ ମାନଙ୍କ ସହଯୋଗ ରେ ତାଙ୍କ ପିତାଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ବିଭିନ୍ନ ସ୍ଥାନରେ ଖାଦ୍ୟ ସାମଗ୍ରୀ ପ୍ୟାକେଟ୍ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗତକାଲି ଉତ୍କଳମଣି ଗୋପବନ୍ଧୁଙ୍କ ଜୟନ୍ତୀ ପୁଣ୍ୟବାସରେ ବିପଦର ବନ୍ଧୁ କର୍ମକର୍ତ୍ତାମାନେ ବୁଦ୍ଧଖୋଲ ବୃଦ୍ଧାଶ୍ରମର ବୃଦ୍ଧା ମାନଙ୍କୁ ଭେଟି ପାଉରୁଟି, କଦଳୀ , ସେଓ, ବିସ୍କୁଟ ଆଦି ପ୍ୟାକେଟ ପ୍ରଦାନ କରିଥିଲେ । ଏଥିସହିତ ବୁଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ପୋଲସରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର,ବାଲିପଦର ଲୁଇସ୍ ବ୍ରେଲି ଆନ୍ତର୍ଜାତିକ ଦୃଷ୍ଟିହୀନ ସଂଗଠନ ସ୍କୁଲରେ ମଧ୍ୟ ଭିନ୍ନକ୍ଷମ ମାନଙ୍କୁ ଉକ୍ତ ଖାଦ୍ୟ ସାମଗ୍ରୀ ପ୍ୟାକେଟ୍ ପ୍ରଦାନ କରାଯାଇଥିଲା । ‘ବିପଦର ବନ୍ଧୁ’ ଓଡ଼ିଶା ଅନୁଷ୍ଠାନର ସଦସ୍ୟ ଗୌରହରୀ ପଲାଇ, ସଙ୍ଗୀତ ନିର୍ଦ୍ଦେଶକ ତଥା ଅଭିନେତା ରାଇରଞ୍ଜନ ନନ୍ଦ, ସଙ୍ଗୀତ ନିର୍ମାତା ମାଧବ ମହାରଣା, ଉପସ୍ଥାପକ ତଥା ଯୁବକବି ଶିବାନନ୍ଦ ବାରିକ୍, ମିଟୁ ଗଉଡ, ରାଜେଶ ଡାକୁଆ, ମଙ୍ଗୁଳୁ ଗଉଡ, ହୀନ ପ୍ରଧାନ, ବ୍ରହ୍ମାନନ୍ଦ ରାଉତ, ଜଗବନ୍ଧୁ ସାହୁ , ସନ୍ତୋଷ କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ:ନ୍ୟୁଜ ଏକ୍ସଟ୍ରା ବ୍ୟୁରୋ

LEAVE A REPLY

Please enter your comment!
Please enter your name here