ରେଡ଼କ୍ରସ ଦ୍ବାରା ତିନିଦିନିଆ ଶିକ୍ଷା ଓ ତାଲିମ ଶିବିର ଉଦଯାପିତ

0
372

ଡାବୁଗାଁ (ନ୍ୟୁଜ୍ ଏକ୍ସଟ୍ରା) ଭାରତୀୟ ରେଡ଼କ୍ରସ୍ ସୋସାଇଟି ଓଡ଼ିଶା ରାଜ୍ୟ ଶାଖା ଅନୁକୂଲ୍ୟରେ ନବରଙ୍ଗପୁର ମହାବିଦ୍ୟାଳୟ ଯୁବ ରେଡକ୍ରସ୍ ଦ୍ବାରା ତିନିଦିନିଆ ଶିକ୍ଷା ଓ ତାଲିମ୍ ଶିବିର ଉଦଯାପିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥ୍‌ ଭାବେ ବିଶିଷ୍ଟ ସମାଜସେବୀ ଜଗନ୍ନାଥ ମହାପାତ୍ର ଯୋଗ ଦେଇଥିବାବେଳେ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀମତୀ ମମତା ଭତ୍ରା , କଲେଜର ପୂର୍ବତନ ଅଧ୍ୟକ୍ଷା ଡଃ ୱାଇ . ଭେଙ୍କଟେଶ୍ଵରୀ ପ୍ରମୁଖ ସମ୍ମାନୀତ ଅତିଥିଭାବେ ଯୋଗଦେଇଥିଲେ । କାର୍ଯ୍ୟକ୍ରମରେ ସ୍ଥାନୀୟ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ ବିନୋଦ ଚନ୍ଦ୍ର ନାୟକ ସଭାପତିତ୍ୱ କରିଥିବାବେଳେ ଅଧ୍ୟାପକ ଦିଲ୍ଲୀପ କୁମାର ହୋତା , ଅଧ୍ୟାପକ ଶମ୍ଭୁ ପ୍ରସାଦ ହୋତା ଓ ରେଡ଼କ୍ରସ ପରାମର୍ଶଦାତା ଡଃ . ସଂଯୁକ୍ତା ପଣ୍ଡା ମଞ୍ଚ ପରିଚାଳନା କରିଥିଲେ । ଏହି ତିନିଦିନିଆ କାର୍ଯ୍ୟକ୍ରମରେ ନବରଙ୍ଗପୁର ମହାବିଦ୍ୟାଳୟ , ଆଦର୍ଶ ଡିଗ୍ରୀ ମହାବିଦ୍ୟାଳୟ ନବରଙ୍ଗପୁର ଡିଗ୍ରୀ ମହିଳା ମହାବିଦ୍ୟାଳୟର ରେଡ଼କ୍ରସ ସ୍ୱେଚ୍ଛାସେବୀମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ରେଡକ୍ରସ୍ ସମ୍ବନ୍ଧୀୟ ବିଭିନ୍ନ ବିଷୟ ଯଥା ରେଡକ୍ରସର ଇତିହାସ , ମୌଳିକ ନୀତି , ରକ୍ତଦାନ , ପ୍ରାଥମିକ ଚିକିତ୍ସା ପ୍ରଣାଳୀ , ସଡ଼କ ସୁରକ୍ଷା , ନିଆଁ ଲିଭାଇବା ପ୍ରଣାଳୀ , ସ୍ବଚ୍ଛ ଭାରତ ଭଳି ଅନେକ ବିଷୟରେ ସ୍ଵେଚ୍ଛାସେବୀ ମାନଙ୍କୁ ତାଲିମ୍ ଦିଆଯାଇଥିଲା । ରେଡକ୍ରସ୍‌ର ଜିଲ୍ଲା ଆବାହକ ଡ ଭାସ୍କର ନାଥ ବିଶ୍ବାଳଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ରେଡକ୍ରସ୍ ପରାମର୍ଶଦାତା ଅଧ୍ୟାପକ ଦିଲ୍ଲୀପ କୁମାର ହୋତା , ଅଧ୍ୟାପକ ଶମ୍ଭୁ ପ୍ରସାଦ ହୋତା , ଅଧ୍ୟାପକ ମହମ୍ମଦ ଜାହାଙ୍ଗିର , ଅଧ୍ୟାପିକା ମାନସୀ ମହାପାତ୍ର , ଅଧ୍ୟାପକ ଅଶ୍ବିନୀ ବେହେରା , ଅଧ୍ୟାପିକା ରଜନୀ ମିଞ୍ଜ , ଅଧ୍ୟାପିକା ନିର୍ମଳା ହିକକ୍କା , ଅଧ୍ୟାପକ ଜିତେନ୍ଦ୍ର ରଥ , ଅଧ୍ୟାପକ ଡି . ଗୋବିନ୍ଦା ରାଓ , ପ୍ରାଧ୍ୟାପକ ଡଃ.ନୀଳାଚଳ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମରେ ସହାୟତା କରିଥିଲେ । ।ବିଭିନ୍ନ ସମୟରେ ଆୟୋଜିତ ପ୍ରଶିକ୍ଷଣ ପର୍ବରେ ଇନ୍ଦ୍ରାବତୀ ମହାବିଦ୍ୟାଳୟ ଅଧ୍ୟାପକ ତଥା ଜାତୀୟ ସ୍ତରର ପ୍ରଶିକ୍ଷକ ଡଃ . ରଞ୍ଜନ କୁମାର ସ୍ବାଇଁ ଅତି ତାଲିମ ପ୍ରଦାନ କରିଥିଲେ । ଅନ୍ୟତମ ପ୍ରଶିକ୍ଷିକା ଭାବେ ସତ୍ୟସାଇ ସଂସ୍ଥା ତରଫରୁ ଅଧ୍ୟାପିକା ସ୍ବପ୍ନା ମହାନ୍ତି ଯୋଗଦେଇ ସ୍ଵେଚ୍ଛାସେବୀଙ୍କୁ ୟୁନିଟି ଅଫ୍ ଫେଥ୍ ବିଷୟରେ ଅତି ସରଳ ଭାବରେ ବୁଝାଇଥିଲେ । ଆଜି ଶେଷ ଦିନର କାର୍ଯ୍ୟକ୍ରମରେ ସହକାରୀ ଅଫିସର ସୁହାଶିଷ ମୁଦୁଲି ଓ ଜିଲ୍ଲା ପରିବହନ ବିଭାଗର ସହକାରୀ ବରିଷ୍ଠ ଅଧିକାରୀ ଉପେନ୍ଦ୍ର ପୁସିକାର ଯଥାକ୍ରମେ ନିଆଁ ଲିଭାଇବା ତରିକା ଓ ଟ୍ରାଫିକ ନିୟମ ବିଷୟରେ ପ୍ରଶିକ୍ଷଣ ଦେଇ ଅନେକ ପରାମର୍ଶ ଓ ଦିଗଦର୍ଶନ ସ୍ବେଚ୍ଛାସେବୀ ମାନଙ୍କୁ ଦେଇଥିଲେ । ଜିଲ୍ଲା ରେଡକ୍ରସ ସଂଯଯୋକ ଅଖେଳ କୁମାର ଭଟ୍ଟ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଶେଷ ପର୍ଯ୍ୟାୟରେ ସ୍ବେଚ୍ଛାସେବୀ ମାନେ ନିଜ ନିଜ ଅନୁଭୂତି ପ୍ରକାଶ କରିଥିଲେ । ବିଭିନ୍ନ ପ୍ରତିଯୋଗିତାରେ ସଫଳତା ପାଇଥିବା ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥୁ ଶ୍ରୀ ଜଗନ୍ନାଥ ମହାପାତ୍ର ପୁରସ୍କାର ବିତରଣ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ କର୍ମଚାରୀଙ୍କ ସହ ମହିଳା ଡିଗ୍ରୀ ମହାବିଦ୍ୟାଳୟର ରେଡ଼କ୍ରସ ପରାମର୍ଶଦାତା ଅଧ୍ୟାପିକା ଡଃ . ସଂଯୁକ୍ତା ପଣ୍ଡା , ଆଦର୍ଶ ମହାବିଦ୍ୟାଳୟର ଡଃ . ଲକ୍ଷ୍ମୀ ବେହେରା , ଅଧ୍ୟାପକ ଚକ୍ରପାଣି ସାହୁ ସହଯୋଗ କରିଥିଲେ
ରିପୋର୍ଟ- ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here