ଲୋକେ ମାନୁନାହାନ୍ତି କୋଭିଡ କଟକଣା

0
271

ପାରଳାଖେମୁଣ୍ଡି (ନ୍ୟୁଜଏକ୍ସଟ୍ରା) କରୋନା କଟକଣାକୁ ଫୁ,ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଗୁରାଣ୍ଡି ଥାନା ଅନ୍ତର୍ଗତ ତାଟିପେଟି ଗ୍ରାମରେ ଏକ ବାହାଘର ବରଯାତ୍ରୀରେ ବିନା ମାସ୍କରେ ସାମାଜିକ ଦୂରତା ଓ କୋଭିଡ ନିୟମକୁ ଉଲ୍ଲଂଘନ କରି ବାଦ୍ୟର ତାଳେ ତାଳେ ନାଚିଥିଲେ ଶହ ଶହ ଲୋକ l ଏହି ଅବସରରେ ଗତକାଲି ବିଳମ୍ବିତ ରାତ୍ରରେ ଚାଲିଥିଲା ଦୁଇ ଦୁଇଟି ବାହାଘର |ଶହ ଶହ ଲୋକଙ୍କୁ ନେଇ ବରଜାତ୍ରୀ ଏକ ଶୋଭାଯାତ୍ରାରେ ବାହାରି ଗାଁ ପରିକ୍ରମା କରିଥଲେ l ଏହି ବରଯାତ୍ରୀରେ ସେହି ଗ୍ରାମର ଯୁବକ ମାନଙ୍କ ଗୀତ ନାଚରେ ଜମିଥିଲା ଗୀତର ଆସରl କୋରନା କଟକଣା,ସାମାଜିକ ଦୂରତା ଓ ମାସ୍କ ପରିଧାନକୁ ଖାତିର ନକରି ଏହାର ଖୁଲମ ଖୁଲା ମଜା ଉଡାଇଥିବା ବେଳେ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ବାହାଘର ଓ ଶୋଭାଯାତ୍ରା ଭୋଜିର ଆସର ଜମିଥିଲା | ସଟ୍ ଡାଉନ୍ ଓ କୋରନା କାଳରେ ଏତେ ସବୁ ହେଲା ବେଳକୁ ବ୍ଲକ ପ୍ରଶାସନ କିମ୍ବା ପୋଲିସ ପ୍ରଶାସନ ପାଖରେ ଖବର ନଥିବା ଆଶ୍ଚର୍ଯ୍ୟର ବିଷୟ l ଜିଲ୍ଲା ପ୍ରଶାସନ କୋରାନର ମୁକାବିଲା କରିବା ପାଇଁ ବିଭିନ୍ନ ପଦକ୍ଷେପ ନେବା ସହ କଟକଣା ଲାଗୁ କରିଛନ୍ତି ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଯେଉଁ ଅଧିକରୀ ମାନଙ୍କୁ ଏହି ଦାୟିତ୍ୱ ଦିଆ ଯାଇଥିବା ବେଳେ ଏହି ଅଧିକାରୀ ମାନେ ଦୟିତ୍ୱକୁ ଠିକ୍ ଭାବେ ପାଳନ କରୁନାହାନ୍ତି l ଫଳରେ ଜିଲ୍ଲା ପ୍ରଶାସନ କୋରନାକୁ ମୁକାବିଲା କରିବା ପାଇଁ ଯେଉଁ ସଂକଳ୍ପ ନେଇଛି ଏଭଳି କେତକ ଅଧିକାରୀଙ୍କ ଯୋଗୁଁ ବିଫଳ ହେବା ବେଳେ ବର୍ତମାନର କୋରନା ସଂକ୍ରମଣ ସଂକ୍ରାମିତ ହେବା ପାଇଁ ତିଳେ ମାତ୍ର ପଛେଇବ ନାହିଁ। ଏହାଦ୍ବାରା କେତେ ଲୋକ ଯେ ବିପଦରେ ପଡ଼ିବେ ଆକଳନ କରିବା ଜିଲ୍ଲା ପ୍ରଶାସନ ପକ୍ଷେ ଅସମ୍ଭବ | ଏହି ବାହାଘର ଖବର ଦେଖି ସାଧାରଣ ବୁଦ୍ଧିଜୀବୀ ମହଲରେ ଆଲୋଚିତ ହେଉଥିବା ଦେଖିବାକୁ ମିଳିଛି। ଅପରପକ୍ଷରେ ଏହି ବାହାଘର ଭିଡିଓ ଭାଇରଲ ହେବାପରେ ଗୋଷାଣୀ ବ୍ଲକର ବି ଡି ଓ ଏବଂ ଗୁରାଣ୍ଡି ଥାନା ଅଧିକାରୀ ତାଟିପେଟା ଗ୍ରାମର ବିବାହ ହୋଇଥିବା ବ୍ୟକ୍ତି ବି କୁରୁମୁନାଇକୁଲୁଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୧୫ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି ବୋଲି ଗୁରାଣ୍ଡି ଥାନା ଅଧୀକାରୀ ମମତା ପଣ୍ଡା ମେସେଜ ଆକାରରେ ଜଣାଇଛନ୍ତି।

ରିପୋର୍ଟ :ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here