ଆସିକା ଜେଲ ପରିସରରେ ବିଶ୍ୱ ଯକ୍ଷ୍ମା ଦିବସ ପାଳିତ

0
269

ଆସିକା(ନ୍ୟୁଜଏକ୍ସଟ୍ରା ) ସର୍ବ ଭାରତୀୟ ସ୍ତରରେ ମାର୍ଚ୍ଚ 24 ତାରିଖକୁ ବିଶ୍ୱ ଯକ୍ଷ୍ମା ଦିବସ ରୂପେ ପାଳନ କରାଯାଉଥିବା ବେଳେ ଆସିକା ଜେଲ ପରିସରରେ ବିଶ୍ୱ ଯକ୍ଷ୍ମା ଦିବସ ପାଳିତ ହୋଇଯାଇଛି | ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମ ରେ ଜେଲ ସୁପେରିଟେଣ୍ଡେଣ୍ଟ ଦିଲୀପ କୁମାର ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲା ବେଳେ ଡାକ୍ତର ଟିମ ପକ୍ଷରୁ ଲୋକଙ୍କୁ ସମସ୍ତ ସଚେତନ ମୂଳକ ପଦକ୍ଷେପ ସମ୍ପର୍କରେ ଅବଗତ କରାଇଥିଲେ । ଜନ ଆନ୍ଦୋଳନ ସ୍ୱରୂପ ଅଗାମୀ ଦିନରେ ଟିବି କୁ ସମ୍ପୂର୍ଣ ମୂଳପୋଛ କରିବା ପାଇଁ ଲୋକଙ୍କୁ ସଚେତନ ମୂଳକ ବାର୍ତ୍ତା ଦେଇଥିଲେ | ଏହି କାର୍ଯ୍ୟକ୍ରମ ରେ ଜେଲ ପରିସରରେ ମଧ୍ୟ 30 ରୁ ଉର୍ଦ୍ଧ କଏଦୀଙ୍କୁ ନେଇ ଟିବି ନିରାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା |ଟିବି ନିରାକରଣ ସକାଶେ ସମସ୍ତଙ୍କ ପ୍ରୟାସକୁ ସ୍ବାଗତ କରିବା ସହିତ ଅଗାମୀ ଦିନରେ ସମାଜକୁ ସମ୍ପୂର୍ଣ ଟିବି ମୁକ୍ତ କରିବା ପାଇଁ ଶପଥ ପାଠ କରେଇଥିଲେ |ସରକାରୀ ସ୍ତରରେ ଟିବି ରୋଗୀଙ୍କ ପାଇଁ ଉଦ୍ଧିଷ୍ଟ ସମସ୍ତ ସରକାରୀ ସୁବିଧା ସମ୍ପର୍କରେ ମଧ୍ୟ୍ୟ ଅବଗତ କରାଯାଇଥିଲା |ଅନ୍ୟ ମାନଙ୍କ ମଧ୍ୟରେ ସହକାରୀ ଜେଲର, କାରାରକ୍ଷୀ ମହେନ୍ଦ୍ର ଦଳାଇ, ଉମାକାନ୍ତ ସାହୁ,ସନ୍ତୋଷ ସାହୁ,ମନ୍ମଥ ବିଶୋଇ,ସୁବାଷ ମଳିକ ପ୍ରମୁଖ ଉପସ୍ଥିତ ଥିଲେ |

ରିପୋର୍ଟ:ଜଗନ୍ନାଥ ସାହୁ

LEAVE A REPLY

Please enter your comment!
Please enter your name here