ବ୍ରହ୍ମପୁର ଏମକେସିଜି ମେଡିକାଲର ଆଉଟଡୋର ବନ୍ଦ

0
329

ବ୍ରହ୍ମପୁର(ନ୍ୟୁଜ ଏକ୍ସଟ୍ରା) କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲର ଆଉଟଡୋର ଚିକିତ୍ସା ସେବାକୁ ଆଜି ଠାରୁ ବନ୍ଦ କରି ଦିଆଯାଇଛି।ଏବେ କେବଳ ଜରୁରୀ କାଳୀନ ରୋଗୀଙ୍କୁ ମିଳିବ ଚିକିତ୍ସା ସୁବିଧା । ରୋଗୀଙ୍କ ନିକଟରେ ରହିବେ କେବଳ ଜଣେ ମାତ୍ର ଲୋକ । ଏମକେସିଜି ହସ୍ପିଟାଲର ପ୍ରବେଶ ଓ ପ୍ରସ୍ଥାନ ଉପରେ ରହିବ କଡା ନଜର ।ହସ୍ପିଟାଲର ମୁଖ୍ୟ ଫାଟକକୁ ଛାଡି ଅନ୍ୟ ସମସ୍ତ ରାସ୍ତା ବନ୍ଦ କରାଯାଇଛି ।ସେହିପରି ମୁଖ୍ୟ ଫାଟକରେ ପୋଲିସ ମୁତୟନ କରିବାକୁ ବ୍ରହ୍ମପୁର ଏସପିଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।ଏମକେସିଜି ହସ୍ପିଟାଲ ରେ ଗତ କିଛି ଦିନ ହେଲା କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ଘଟିଛି । ହସ୍ପିଟାଲ ର ପ୍ରତ୍ୟେକ ଦିନ ଏକାଧିକ ଡାକ୍ତର, ନର୍ସ କରୋନାରେ ଆକ୍ରାନ୍ତ ହେଉଛନ୍ତି।ତେଣୁ ମହାମାରୀ କରୋନାକୁ ଦୃଷ୍ଟିରେ ରଖି ପ୍ରଶାସନ ଏହି ନିଷ୍ପତ୍ତି ନେଇଛି ।

LEAVE A REPLY

Please enter your comment!
Please enter your name here