କୋଡ଼ିଙ୍ଗା ଅବକାରୀ ଓ ପୁଲିସର ମିଳିତ ଚଡାଉ , ଜଣେ ଗିରଫ

0
334

କୋଷାଗୁମୁଡା( ନ୍ୟୁଜଏକ୍ସଟ୍ରା ) ନବରଙ୍ଗପୁର ଜିଲ୍ଲା ଅବକାରୀ ଅଧିକ୍ଷକ ସନ୍ତୋଷ କୁମାର ଧଳସାମନ୍ତ ଙ୍କ ନିର୍ଦେଶ କ୍ରମେ ନବରଙ୍ଗପୁର ଅବକାରୀ ନିରୀକ୍ଷକ ସୁଧୀର କୁମାର ସାହୁ ଙ୍କ ନେତୃତ୍ୱରେ କୋଡ଼ିଙ୍ଗା ଅବକାରୀ ବିଭାଗ ଓ କୋଷାଗୁମୁଡା ଥାନା ପୁଲିସ , ନବରଙ୍ଗପୁର ଏପିଆର ଫୋର୍ସ ପ୍ରମୁଖ କୋଷାଗୁମୁଡା ଥାନା ଅଞ୍ଚଳରେ ଚଡାଉ କରି ବିପୁଳ ପରିମାଣରେ ମଦ ଓ ପୋଚ କୁ ନଷ୍ଟ କରିବା ସହ ଜଣକୁ ଗିରଫ କରାଯାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାଇ କୋଷାଗୁମୁଡା ଥାନା ଅଞ୍ଚଳର ବିଭିନ୍ନ ଗ୍ରାମ ଉପରେ ଚଡାଉ କରାଯାଇ ପ୍ରାୟ ୪୦ ଲିଟର ଦେଶୀ ରନ୍ଧା ମଦ ଓ ପ୍ରାୟ ୨ ହଜାର ଲିଟର ମହୁଲପୋଚ କୁ ଜବତ କରି ନଷ୍ଟ କରାଯାଇଛି । ଏଥିରେ ସମ୍ପୂର୍କ୍ତ ସାନଆମ୍ବଡା ଗ୍ରାମର ଅନ୍ତରାମ ମାଝୀଙ୍କ ଠାରୁ ପ୍ରାୟ ୧୦ ଲିଟର ମଦ ଜବତ କରି ଗିରଫ କରାଯାଇଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜିର ଏହି ଅବକାରୀ ଚଡାଉରେ କୋଡ଼ିଙ୍ଗା ଅବକାରୀ ଉପନିରୀକ୍ଷକ ହର ପ୍ରସାଦ ରଣା , କୋଡ଼ିଙ୍ଗା ଅବକାରୀ ସହଉପନିରୀକ୍ଷକ ଜଗବନ୍ଧୁ ଯାନୀ , ଅମୀୟ ଖଞ୍ଜା , ରାଜେନ୍ଦ୍ର ପଟନାୟକ , ଅବକାରୀ କନେଷ୍ଟବଳ ଆକ୍ରମ ଖାନ , ସାନୁ ସେଠିଆ , ରଞ୍ଜି ଯାନୀ , ଗକୁଳ ନାୟକ , ସଦାଶିବ ଭତରା , ରିନା ବଡ଼ନାୟକ , ରଞ୍ଜିତ ସିଂ ଓ କୋଷାଗୁମୁଡା ଥାନା ପୁଲିସ , ଏପିଆର ଫୋର୍ସ ପ୍ରମୁଖ ସାମିଲ ଥିଲେ ।

ରିପୋର୍ଟ – ଯୋଗେନ୍ଦ୍ର ପ୍ରସାଦ ମହାନ୍ତି

LEAVE A REPLY

Please enter your comment!
Please enter your name here