ଆମ କୃଷକ ଆମ ବିକାଶ ସମବାୟ ସମିତି ଦ୍ୱାରା ତିନି ଦିନିଆ ତାଲିମ ଶିବିର ଅନୁଷ୍ଠିତ

0
382

ଡାବୁଗାଁ (ନ୍ୟୁଜ୍ ଏକ୍ସଟ୍ରା)ଆଜି ନବରଙ୍ଗପୁର ସ୍ଥିତ ଆମ କୃଷକ ଆମ ବିକାଶ ସମବାୟ ସମିତି କାର୍ଯ୍ୟାଳୟ ଠାରେ ନବରଙ୍ଗପୁର ଜିଲ୍ଲା ର ୧୦ ଗୋଟି ବ୍ଲକ ର କୃଷକ ସାଥୀ ମାନଙ୍କୁ ନେଇ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି।ଉକ୍ତ ତାଲିମ କେନ୍ଦ୍ର ରେ ଆମ କୃଷକ ଆମ ବିକାଶ ସମବାୟ ସମିତି ସଂଗଠନ ର ମୁଖ୍ୟ ଉପଦେଷ୍ଟା ଯୋହନ ଉମାକାନ୍ତ ମାଳି, ଜିଲ୍ଲା ସାମାଜିକ ସମିକ୍ଷକ ବୈବସୁତ ଚଳାନ, ସହକାରୀ ଉଦ୍ୟାନ ବିଭାଗ ଅଧିକାରୀ ଶ୍ରୀମତୀ ତେଜସ୍ୱରୀ ନାୟକ ଏବଂ ଜିଲ୍ଲା କୃଷକ ସଂଗଠନ ର ସମ୍ପାଦକ ରାଜେଶ ଯାନୀ ପ୍ରମୁଖ ଉପସ୍ଥିତ ରହି ଆମ କୃଷକ ଆମ ବିକାଶ ସମବାୟ ସମିତି ସଂଗଠନ ରେ କୃଷକ ବିକାଶ ସାଥୀ ଭାବରେ ନିଯୁକ୍ତି ପାଇଥିବା ୧୦ ଗୋଟି ବ୍ଲକ ର ଯୁବକଯୁବତୀ ମାନଙ୍କୁ ତାଲିମ ପ୍ରଦାନ କରିଥିଲେ।.ଆମ କୃଷକ ଆମ ବିକାଶ ସମବାୟ ସମିତି ସଂଗଠନ ର ସଭାପତି ଶ୍ରୀଯୁକ୍ତ ଭରତିଆ ସହାଭାଗିତା, ପ୍ରତିଶୃତିବଦ୍ଧ, ଉତ୍ତରଦାୟୀ, ଭାଗିଦାରୀତା, ପାରସ୍ପରିକ ନିର୍ଭରତା ଓ ସମୂହତା ଆମର ମୂଳ ମନ୍ତ୍ର ଓ ମୂଲ୍ୟବୋଧ ବୋଲି ଜଣେଇଥିବା ବେଳେ, ଆମ କୃଷକ ଆମ ବିକାଶ ସମବାୟ ସମିତି ସଂଗଠନ ର ସମ୍ପାଦକ ଶେଖର ଖୁରା ପ୍ରତ୍ୟେକ ବ୍ଲକ ର ଆଦିବାସୀ ଦଳିତ ଓ ପଛୁଆ ବର୍ଗ ଗୋଷ୍ଠୀ ର କୃଷକ ମାନଙ୍କର ସାମାଜିକ, ଅର୍ଥନୈତିକ, ସ୍ୱାସ୍ଥ୍ୟ, ଶିକ୍ଷାର ବିକାଶ ଓ ଶାନ୍ତି ଦିଗରେ ଆମେ କାର୍ଯ୍ୟରତ ବୋଲି ସୂଚନା ଦେଇଛନ୍ତି।. ଆମ କୃଷକ ଆମ ବିକାଶ ସମବାୟ ସମିତି ସଂଗଠନ ର ଉପ ସଭାପତି ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ନାୟକ ପ୍ରତ୍ୟେକ ଗ୍ରାମ ଗୁଡିକ ରେ ପରିବାର ରେ ତଥା ସମାଜରେ ସୁସ୍ଥ ସୁଲଭ ବିକାଶ ଆଣି ସ୍ନେହ ଶ୍ରଦ୍ଧା ଓ ଭାଇଚାରା ଜାଗ୍ରତ କରାଇବା, ଯେଉଁଠି ସମସ୍ତ କୃଷକ ଏବଂ ନାଗରିକ ମାନେ ଆତ୍ମ ମର୍ଯ୍ୟଦା ର ସହିତ ନିର୍ଭିକ ଭାବରେ ଜୀବିକା ଅର୍ଜନ କରି ବଞ୍ଚିବେ, ଏହା ଆମ ମୂଳ ଉଦେଶ୍ୟ ବୋଲି କହିଛନ୍ତି।. ସଂଗଠନ ର କୋସାଧ୍ୟକ୍ଷା ରସିଲ୍ମା ଭତ୍ରା, ସଂଗଠନ ସହ ସମ୍ପାଦିକା କୌଶଲ୍ୟା ମାଝୀ, ବଳିଷ୍ଠ କର୍ମକର୍ତା ଶ୍ରୀଯୁକ୍ତ ପ୍ରଦୀପ କୁମାର ପଟ୍ଟନାୟକ, ସବ୍ୟସାଚୀ ଭରତିଆ ପ୍ରମୁଖ ଉପସ୍ଥିତ ରହି ତାଲିମ ଶିବିର କୁ ସୁପରିଚାଳନା କରିଥିଲେ।
ରିପୋର୍ଟ -ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here