ଏକ ଘଣ୍ଟା ଅପେରେଶନ ପରେ ପାଣିରୁ ଗାଈକୁ ଉଦ୍ଧାର କଲେ ଅଗ୍ନିଶମ ବିଭାଗ

0
361

ଡାବୁଗାଁ (ନ୍ୟୁଜ୍ ଏକ୍ସଟ୍ରା)ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ଉସିଗା ଗ୍ରାମର ହରିଚନ୍ଦ୍ର ଲାହାରାଙ୍କ ଗାଈ ଖାଦ୍ୟ ସନ୍ଧାନରେ ବୁଲୁ ବୁଲୁ ସେଇ ଗ୍ରାମର ଥିବା ଏକ ପଥର କୁଆଁରୀର ଗାତରେ ଥିବା ପାଣି ଖସି ପୋଡିଥିଲା ।ହରିଚନ୍ଦ୍ର ଗାଈ ଟିକୁ ଗାତ ଭିତରେ ଥିବା ପାଣି ଦେଖି ତୁରନ୍ତ ଅଗ୍ନିଶମ ବିଭାଗ ଖବର ଦେଇଥିଲେ ଏବଂ ଅଗ୍ନିଶମ ବିଭାଗ ଘଟଣା ସ୍ତରେ ପହଞ୍ଚି ପ୍ରାୟ ଏକ ଘଣ୍ଟା ଅପେରେଶନ ପରେ ଗାଈଟିକୁ ପାଣି ମଧ୍ୟରୁ ଉଦ୍ଧାର କରିଥିଲେ।ଏହି ଅପେରେଶନରେ ଅଗ୍ନିଶମ ବିଭାଗର ସଚ୍ଚିଦାନନ୍ଦ ପଣ୍ଡା ,ଓମ୍ ପ୍ରକାଶ ସାହୁ ,ନରସିଂହ ଗଦାବା ,ବିସୁଦେବ ସାବର ,ନାରୋଟମ୍ ପାଣ୍ଡେ ଉପସ୍ଥିତ ରହିଥିଲେ।
ରିପୋର୍ଟ- ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here