କୋରାପୁଟ ଅବକାରୀ ବିଭାଗର ବଡ ସଫଳତା,୮୪୦ କେଜି ଗଞେଇ ଜବତ

0
379

କୋରାପୁଟ (ନ୍ୟୁଜ ଏକ୍ସଟ୍ରା)କୋରାପୁଟ ଜିଲ୍ଲା ଅବକାରୀ ବିଭାଗକୁ ବଡ ସଫଳତା ମିଳିଥିବା ଜଣାପଡିଛି । ଅନେକ ବର୍ଷ ପରେ ବିପୁଳ ପରିମାଣର ଗଞେଇ ଜବତ କରାଯାଇଥିବା ଜଣାପଡିଛି। ନନ୍ଦପୁର ବ୍ଲକ ଅନ୍ତର୍ଗତ ରାଗିଣୀଗୁଡା ଗ୍ରାମରେ ଅବକାରୀ ବିଭାଗର ଚଢାଉ କରିବା ଜାଣିପାରି ଅଭିଯୁକ୍ତ ଘର ଛାଡି ଫେରାର ହୋଇଯାଇଥିଲା ବୋଲି ଅବକାରୀ ଅଧିକ୍ଷକ ମନୋଜ କୁମାର ସେଠୀ ପ୍ରକାଶ କରିଛନ୍ତି । ସମୁଦାୟ ୮୪୦ କେଜି ଗଞେଇ ଜବତ କରାଯାଇଥିବା ବେଳେ ଏହାର ଆନୁମାନିକ ମୁଲ୍ୟ ୮୦ ଲକ୍ଷ ଟଙ୍କା ହେବ ବୋଲି ସେ ସୂଚନା ଦେଇଛନ୍ତି। ମନୋଜ କୁମାର ସେଠୀଙ୍କ ନିର୍ଦେଶ ଅନୁଯାୟୀ ଏହି କାର୍ଯ୍ୟ ସମ୍ପନ୍ନ ହୋଇଛି। ଅବକାରୀ ନିରୀକ୍ଷକ ଦିଲିପ କୁମାର ରଥ , ନନ୍ଦପୁର ଓଆଇସି ତ୍ରୀନାଥ ଚିନିନ୍ଦା, ଏସଆଇ ଖଗେଶ୍ୱର କାଟେ ,ଏଏସଆଇ ଅରୋପଳକ ଦାସ,କନେଷ୍ଟବଳ ପ୍ରଶାନ୍ତ କୁମାର ନାୟକ, ତ୍ରିଲୋଚନ ରାୟଚେଟ୍ଟି, ପ୍ରଶାନ୍ତ କୁମାର ଗୈାଡ, ରାମ ଗୈାଡ ଓ ଆର.ଭେଙ୍କେଟେଶ କୁମାର ପ୍ରମୁଖ ଚଢାଉରେ ସାମିଲ ହୋଇଥିଲେ ବୋଲି ସେ ପ୍ରକାଶ କରିଛନ୍ତି । କୋରାପୁଟ ଜିଲ୍ଲା ଅବକାରୀ ବିଭାଗ ଏତେ ପରିମାଣର ଗଞେଇ ପ୍ରଥମ ଥର ପାଇଁ ଜବତ କରିଥିବା ସେ ପ୍ରକାଶ କରିଛନ୍ତି। ଫେରାର ଅଭିଯୁକ୍ତଙ୍କ ପରିଚୟ ମିଳିଛି, ଖୁବଶ୍ରୀଘ୍ର ଧରାପଡିବ ବୋଲି ସେ ସୂଚନା ଦେଇଛନ୍ତି ଅବକାରୀ ବିଭାଗ।
ରିପୋର୍ଟ- ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here