ଡକାୟତି ଯୋଜନା ଭଣ୍ଡୁର କଲା ଆସିକା ପୋଲିସ

0
336

ଆସିକା: ଏକ ଡକାୟତି ଯୋଜନା ଭଣ୍ଡୁର କଲା ଆସିକା ପୋଲିସ l ବିଳମ୍ବିତ ରାତିରେ ଗଞ୍ଜାମ ଜିଲ୍ଲା ଆସିକା ସ୍ଥିତ ସୁବର୍ଣ୍ଣସ୍ୱର ମନ୍ଦିର ନିକଟରେ କିଛି ଅସାମାଜିକ ବ୍ୟକ୍ତି ଡକାୟତି ଯୋଜନା କରୁଥିବା ଖବର ପାଇ ଆସିକା ପୋଲିସର ଏକ ଟିମ ଚଢ଼ାଉ କରିଥିଲା l ଚଢ଼ାଉ ବେଳେ ୧୦ ଜୀବନ୍ତ ବୋମା , ଗୋଟିଏ ପିସ୍ତଲ, ୨ ଟି ଗୁଳି , ଖଣ୍ଡା , ଭୂଜାଲି ଓ ବିଭିନ୍ନ ମାରଣାସ୍ତ୍ର, ୨ ଟି ମୋଟର ସାଇକେଲ ପୋଲିସ ଜବତ କରିଥିବା ବେଳେ ୪ ଜଣ ଡକାୟତ ଙ୍କୁ ଗିରଫ କରିବା ରେ ସଫଳ ହେବା ସହିତ ୨ ଡକାୟତ ଫେରାର ହୋଇଯାଇଥିବା ସୂଚନା ମିଳିଛି । ଅନ୍ୟପଟେ ଗିରଫ ଅଭିଯୁକ୍ତଙ୍କ ନାମରେ ଜିଲ୍ଲା ର ବିଭିନ୍ନ ଥାନାରେ ଏକାଧିକ ଅପରାଧିକ ମାମଲା ରହିଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଆସିକା ଥାନା ଅଧିକାରୀ ।

ରିପୋର୍ଟ:ନ୍ୟୁଜ ଏକ୍ସଟ୍ର ବ୍ୟୁରୋ

LEAVE A REPLY

Please enter your comment!
Please enter your name here