ପୋଡାଗଡ଼ ଗୁଣ୍ଡୁରି ଭୈରବ ଯାତ୍ରା ସମାପନ

0
291

ଡାବୁଗାଁ ( ନ୍ୟୁଜ୍ ଏକ୍ସଟ୍ରା)ଅତୀତର କିମ୍ବଦନ୍ତୀ ବହନ କରି ଥିବା ପ୍ରସିଧ ଐତିହାସିକ ପୀଠ ପୋଡାଗଡ଼ ରେ ନବଦିନାତ୍ମକ ପୂଜାର ପ୍ରାରମ୍ଭରେ ଗୁଣ୍ଡୁରି ଭୈରବ ଙ୍କ ଯାତ୍ରା ଅନୁଷ୍ଟିତ ହୋଇ ଯାଇଛି।
ପୂଜକ ବିଞ୍ଜାଲ୍ ପୁଝାରି ପୁଜର୍ଚନା କରି ଥିଲେ।ଏହି ଅବସରରେ ମାଁ ଦୁର୍ଗା,ଭଙ୍ଗାରାମ ଓ କଙ୍କାଳୁନି ମନ୍ଦିର କୁ ସାଜ ସଜ୍ଜା କରାଯାଇ ବେଶ ଆକର୍ଷଣ କରାଯାଇ ଥିଲା।ତିନି ମୁଠା ଯଥା – ହିରାପୁର ର ଦେବ ପୁଝାରି,ବୋରିଗାଁ ଓ ପରିଆ ର ପୂଜକ ମାନେ ଉପସ୍ଥିତ ରହି ଆଜି ଠାରୁ ମାଁ ଙ୍କ ନବଦିନାତ୍ମକ ପୂଜା ଆରମ୍ଭ ହେବ।ପ୍ରଥମେ ପୁଝାରି ବରଣ ଓ କଳସ ବରଣ କରାଯିବ।ସନ୍ଧ୍ୟା ୬ ଘଣ୍ଟା ୩୦ ମିନିଟ ରେ ଦୀପ ପ୍ରଜ୍ଵଳନ କରାଯିବ।ଦ୍ୱିତୀୟା ତିଥି ରେ ଦେବା ଦେବୀ ମାନଙ୍କର ପ୍ରତୀକ ଲାଠି କୁର୍ଚି ଜୟପୁର ଓ ଜଗଦଲପୁର ଯିବା କଥା,କିନ୍ତୁ ଏ ବର୍ଷ କୋରନା କଟକଣା ପାଇଁ ସ୍ତଗିତ ରଖା ଯାଇଛି।ଗୁଣ୍ତୁରୁ ଭୈରବ ଙ୍କ ଠାରେ ପୁଜର୍ଚନା କରାଯିବା ପରେ ସମବେତ ପୂଜକ ମାନଙ୍କୁ ନେଇ ପୂଜା ପରିଚାଳନା ବିଷୟରେ ଆଲୋଚନା କରାଯିବ।କିପରି ଶାନ୍ତି ଶୃଙ୍ଖଳା ରେ ପୂଜା ସମାପନ ହେବ ,ସେଥି ନିମନ୍ତେ ପୋଡା ଗଡ଼ ସେବାୟତ ଚେରିଟେବୁଲ୍ ଟ୍ରଷ୍ଟର ସଭାପତି ଉର୍ଧବ୍ ଚରଣ ନାୟକ ଓ ମୁଖ୍ୟ ଉପଦେଷ୍ଟା କୈଳାସ ଚନ୍ଦ୍ର ବେହେରା,ପୂଜକ କୃଷ୍ଣ ପୁଝାରି,ଦୟା ପୁଝାରି,ପୂର୍ଣ୍ଣ ପୁଝାରି,ନାରାୟଣ ପୁଝାରି ପ୍ରମୁଖ ଉପସ୍ଥିତ ରହି ସହଯୋଗ କରି ଥିଲେ।
ରିପୋର୍ଟ- ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here