ବିଜେଡି ର ଜୋନ ସ୍ତରୀୟ କର୍ମୀ ସମ୍ମିଳନୀ

0
373

ଡାବୁଗାଁ (ନ୍ୟୁଜ୍ ଏକ୍ସଟ୍ରା)ନବରଙ୍ଗପୁର ଜିଲ୍ଲାର ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଡଙ୍ଗରଭେଜା ଆମ୍ବତୋଟା ଠାରେ ସମବାର ଦିନ ନନ୍ଦାହାଣ୍ଡି ବ୍ଲକ ବିଜେଡିର ଜୋନସ୍ତରୀୟ କର୍ମୀ ସମ୍ମିଳନୀ ତଥା ମିଶ୍ରଣ ପର୍ବ ଅନୁଷ୍ଠିତ ହେଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟଅତିଥ୍ ଭାବେ ଜିଲ୍ଲା ବିଜେଡି ସଭାପତି ତଥା ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ଯୋଗଦେଇ ଥିବା ବେଳେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ , ଜିଲ୍ଲା ବିଜେଡି ସଂଯୋଜକ ପ୍ରମୋଦ ପାଢ଼ୀ , ଜିଲ୍ଲା ବିଜେଡି ଉପସଭାପତି ଦିବ୍ୟଦାନ ସୁନା , ଜିଲ୍ଲା ବିଜେଡି ସମ୍ପାଦକ ସନ୍ତୋଷ ଷଡ଼ଙ୍ଗୀ , ଜିଲ୍ଲା ବିଜେଡି ମହିଳା ସଭାନେତ୍ରୀ ମଞ୍ଜୁଳା ମାଝୀ , ଜିଲ୍ଲା ଯୁବ ବିଜେଡି ସଭାପତି ଶିବାନନ୍ଦ ବିଷୋୟୀ , ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରହଲ୍ଲାଦ ତ୍ରିପାଠୀ , ବ୍ଲକ ସାଂସଦ ପ୍ରତିନିଧି ସୁନୀଲ ସାହୁ , ବ୍ଲକ ଯୁବ ସଭାପତି ପୁରନ୍ଦର ଭତ୍ରା , ବ୍ଲକ ମହିଳା ସଭାନେତ୍ରୀ କୌଶଲ୍ୟା ବିଷୋୟୀ , ବ୍ଲକ ଛାତ୍ର ସଭାପତି ଆଶିଷ କନ୍ଦପାନ , ନନ୍ଦାହାଣ୍ଡି ଜନ ୧ ର ଜିଲ୍ଲା ପରିଷଦ ସଭ୍ୟା ମମତା ଭତ୍ରା ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ଅଭିଭାଷଣରେ ଆଗାମୀ ପଂଚାୟତ ନିର୍ବାଚନ ନିମନ୍ତେ ସମସ୍ତେ ପ୍ରସ୍ତୁତ ହୋଇ ଲୋକଙ୍କ ପାଖରେ ରାଜ୍ୟ ସରକାରଙ୍କ ଜନମଙ୍ଗଳ ଯୋଜନାର ବାର୍ତ୍ତା ସବୁ ପହଞ୍ଚାଇବା ସହ ଆଗାମୀ ନିର୍ବାଚନରେ ବ୍ଲକରେ ୱାର୍ଡ ମେମ୍ବର ଠାରୁ ଜିଲ୍ଲା ପରିଷଦ ମେମ୍ବର ପର୍ଯ୍ୟନ୍ତ ସମସ୍ତ ଆସନରେ ଦଳ ର ବିଜୟ ପାଇଁ ସମସ୍ତ ନେତା ଓ କର୍ମୀମାନେ ଏକଜୁଟ ହୋଇ କାର୍ଯ୍ୟ କରିବାକୁ ପଡିବ ବୋଲି ଉପସ୍ଥିତ କର୍ମୀମାନଙ୍କୁ ଉତ୍ସାହିତ କରିଥିଲେ । ଆଜିର ଏହି ସଭାରେ ବ୍ଲକର ବିଭିନ୍ନ ପଂଚାୟତର ୧୪୦ ଜଣ ବିଜେପି ଓ କଂଗ୍ରେସ କର୍ମୀ ନିଜ ନିଜର ଦଳ ଛାଡି ବିଜେଡିରେ ଯୋଗଦେଇଛନ୍ତି।ନୂଆରେ ମିଶିଥିବା ସମସ୍ତ କର୍ମୀ ମାନଙ୍କୁ ନବରଙ୍ଗପୁର ସାଂସଦ ଓ ବିଧାୟକ ଫୁଲମାଳ ଓ ଉପଢୌକନ ଦେଇ ସ୍ବାଗତ ଜଣାଇଥିଲେ।ବ୍ଲକ ସଭାପତି ଦୟାନିଧୂ ବିଷୋୟୀ ଆଜିର କାର୍ଯ୍ୟକ୍ରମରେ ମଞ୍ଚ ପରିଚାଳନା କରିଥିଲେ
ରିପୋର୍ଟ- ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here